oom

ଚୁଡାପାଲିଠାରେ ପ୍ରଜା ଆନ୍ଦୋଳନର ୮୪ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ପ୍ରସ୍ତୁତି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଗ୍ରାମ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରଠାରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଯୋଗେଶ୍ୱର କୁମୁରାଙ୍କ ନେତୃତ୍ୱରେ ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ପ୍ରଜାଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ବେଠି ବେରୋଜଗାର, ଦୁରାଚାରକୁ ରୋକିବା ପାଇଁ ରାଜତନ୍ତ୍ର ବିରୁଦ୍ଧରେ ୨୯ ସେପ୍ଟେମ୍ବର ୧୯୩୮ ମସିହାରେ ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସେ ସମୟରେ ଶହ ଶହ ଶଗଡ ଗାଡିରେ ହଜାର ହଜାର ସଂଖ୍ୟାରେ ପ୍ରଜା ଚୁଡାପାଲିରୁ ବଲାଙ୍ଗିର ଆସି ପ୍ରଜା ଆନ୍ଦୋଳନରେ ଯୋଗ ଦେଇଥିଲେ । ଭାରତର ସ୍ୱାଧୀନତା ପୂର୍ବରୁ ଆମ ଅଂଚଳକୁ ସ୍ୱାଧୀନତା ଆଣିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗେଶ୍ୱର କୁମୁରା ପ୍ରଜାମେଳି କରିଥିବା ନଜିର ରହିଛି । ସେହି ଦିନଟି ଅଂଚଳ ପାଇଁ ଏକ ଅସ୍ମିତା, ଗୌରବର ଦିନ ହୋଇଥିବାରୁ ପ୍ରଜା ଆନ୍ଦୋଳନର ୮୪ ବର୍ଷ ପୂର୍ତ୍ତି ଅବସରରେ ଏକ ଆଲୋଚନାଚକ୍ର କରି ସେହି ସ୍ମୃତି ଅସ୍ମିତାର କଥାକୁ ପୁର୍ନଜିବିତ ତଥା ସ୍ମୃତି ଚାରଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରାଙ୍କ ସ୍ୱାଗତ ଅଭିବ୍ୟକ୍ତି ପରେ ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ସଭାପତି ଲୋକନାଥ କୁମୁରାଙ୍କ ଆବାହକତ୍ୱରେ ସମସ୍ତ ସଦସ୍ୟ ଲମ୍ବୋଦର ପଟେଲ, ରାମକିଶନ୍ ଅଗ୍ରୱାଲ, କିର୍ତ୍ତନ ସାହୁ, ରାମେଶ୍ୱର ପୃଷ୍ଟି, ଜନାର୍ଦ୍ଦନ ମହାପାତ୍ର, ନବୀନ ମାଲ୍, ହେମସାଗର ସାହୁ, ଦିନେଶ କୁମାର ପଟେଲ, ଗୋପାଳ ପଟେଲ, ସୁବାଷ କୁମାର ନନ୍ଦ, ପଙ୍କଜ ମାଲ, ରାଜେଶ୍ୱର କୁମୁରା, ଶୁଶିଲ ବେହେରା, ସାମାଜିକକର୍ମୀ ଜୟକୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ୨୯ ତାରିଖ ଶୁକ୍ରବାର ଦିନ ହାଇ ସ୍କୁଲ ପଡିଆରେ ପ୍ରଜା ଆନ୍ଦୋଳନର ୮୪ ବର୍ଷ ପୂର୍ତ୍ତି ପାଳନ ହେବ । ଶେଷରେ ସଂପାଦକ ଶରତ ନନ୍ଦ ସମସ୍ତଙ୍କ ସହଯୋଗ କାମନା କରି ଅଞ୍ଚଳର ବିକାଶ, ସ୍ୱାଭିମାନ, ସମ୍ମାନ ପାଇଁ ସମସ୍ତେ ଏକଯୋଟ ହୋଇଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.