ତୁଷୁରା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରରେ ଦୀର୍ଘ ବର୍ଷ ହେଲା ସରକାରୀ ଜାଗାକୁ ଲୋକେ ଜବର ଦଖଲ କରି ଥିବା ବେଳେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଆଜି ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି । ତୁଷୁରା ତହସିଲଦାର ତଥା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆର୍ତ୍ତତ୍ରାଣ ଥାଟିଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ତୁଷୁରା-ଖର୍ଡା ରାସ୍ତାରୁ ଉଚ୍ଛେଦ ଆରମ୍ଭ କରାଯାଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଦେଓଗାଁ ତହସିଲଦାରଙ୍କ ସହ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଜବରଦଖଲ କରିଥିବା ବ୍ୟକ୍ତିଙ୍କ ଘର ଗୁଡିକୁ ଭଙ୍ଗାରୁଜା କରିଛି ପ୍ରଶାସନ ।