ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ଅମର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଐତିହାସିକ ଅବଦାନ ସମ୍ପର୍କରେ ସାଂସଦ ଦୃଷ୍ଟି ଆକର୍ଷଣ କରିଛନ୍ତି । ୧୮୨୭ ମସିହାରୁ ଆରମ୍ଭ ହୋଇଥିବା ତାଙ୍କର ସଶସ୍ତ୍ର ବିଦ୍ରୋହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଅନନ୍ୟ ଅଧ୍ୟାୟ । ସମ୍ବଲପୁରର ଦେବ୍ରୀଗଡ଼ ଏବଂ ବାରପାହାଡ଼ ଭଳି ଦୁର୍ଗମ ଅଞ୍ଚଳରେ ରହି ସ୍ଥାନୀୟ ଜନଜାତି ଓ ଜମିଦାରଙ୍କ ସହାୟତାରେ ସେ ଯେଉଁ ଗରିଲା ଯୁଦ୍ଧ ଚଳାଇଥିଲେ, ତାହା ବ୍ରିଟିଶ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ଥିଲା । ୨୦୨୭ ମସିହାରେ ଏହି ଐତିହାସିକ ସଂଗ୍ରାମର ୨୦୦ ବର୍ଷ (ଦ୍ୱିଶତାବ୍ଦୀ) ପୂର୍ଣ୍ଣ ହେବାକୁ ଯାଉଛି । ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସମ୍ବଲପୁର, ଭୁବନେଶ୍ୱର ଏବଂ ନୂଆଦିଲ୍ଲୀରେ ବର୍ଷବ୍ୟାପୀ ଜାତୀୟ ସ୍ତରର କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଓ ସ୍ମାରକୀ ପ୍ରକାଶନ ପାଇଁ ଆପଣଙ୍କର ପ୍ରସ୍ତାବ ଅତ୍ୟନ୍ତ ଯଥାର୍ଥ । ଏହା ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀଙ୍କ ଅତୁଳନୀୟ ବଳିଦାନକୁ ସମଗ୍ର ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବ । ବରଗଡ଼ ସଂସଦୀୟ କ୍ଷେତ୍ରର ପ୍ରତିନିଧି ଭାବରେ ଏହି ଗୌରବମୟ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ପଦକ୍ଷେପକୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଓଡ଼ିଶାର ଅମର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଐତିହାସିକ ଅବଦାନ ସମ୍ପର୍କରେ ସଂସଦର ଦୃଷ୍ଟି ଆକର୍ଷଣ କରିଛନ୍ତି । ୧୮୨୭ ମସିହାରୁ ଆରମ୍ଭ ହୋଇଥିବା ତାଙ୍କର ସଶସ୍ତ୍ର ବିଦ୍ରୋହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଅନନ୍ୟ ଅଧ୍ୟାୟ । ସମ୍ବଲପୁରର ଦେବ୍ରୀଗଡ଼ ଏବଂ ବାରପାହାଡ଼ ଭଳି ଦୁର୍ଗମ ଅଞ୍ଚଳରେ ରହି ସ୍ଥାନୀୟ ଜନଜାତି ଓ ଜମିଦାରଙ୍କ ସହାୟତାରେ ସେ ଯେଉଁ ଗରିଲା ଯୁଦ୍ଧ ଚଳାଇଥିଲେ, ତାହା ବ୍ରିଟିଶ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ଥିଲା । ୨୦୨୭ ମସିହାରେ ଏହି ଐତିହାସିକ ସଂଗ୍ରାମର ୨୦୦ ବର୍ଷ (ଦ୍ୱିଶତାବ୍ଦୀ) ପୂର୍ଣ୍ଣ ହେବାକୁ ଯାଉଛି । ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସମ୍ବଲପୁର, ଭୁବନେଶ୍ୱର ଏବଂ ନୂଆଦିଲ୍ଲୀରେ ବର୍ଷବ୍ୟାପୀ ଜାତୀୟ ସ୍ତରର କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଓ ସ୍ମାରକୀ ପ୍ରକାଶନ ପାଇଁ ଦାବି କରିଛନ୍ତି ପ୍ରଦୀପ ପୁରୋହିତ । ଏହା ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀଙ୍କ ଅତୁଳନୀୟ ବଳିଦାନକୁ ସମଗ୍ର ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବ । ବରଗଡ଼ ସଂସଦୀୟ କ୍ଷେତ୍ରର ପ୍ରତିନିଧି ଭାବରେ ଏହି ଗୌରବମୟ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ସାଂସଦ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରାୟ ତିନି ଦଶନ୍ଧି ପୂର୍ବରୁ, ଅର୍ଥାତ ୧୮୨୭ ମସିହାରେ, ମାତ୍ର ୧୮ ବର୍ଷ ବୟସରେ ସେ ସମ୍ବଲପୁର ଅଞ୍ଚଳରେ ଇଂରେଜ ଶାସନ ବିରୋଧରେ ସଶସ୍ତ୍ର ବିଦ୍ରୋହର ନେତୃତ୍ୱ ନେଇଥିଲେ । ୨୦୨୭ ମସିହାରେ ଏହି ଐତିହାସିକ ବିଦ୍ରୋହର ୨୦୦ ବର୍ଷ ପୂର୍ଣ୍ଣ ହେବାକୁଯାଉଛି । ଏହି ଅବସରରେ ସମ୍ବଲପୁର, ଭୁବନେଶ୍ୱର ଏବଂ ନୂଆଦିଲ୍ଲୀରେ ଜାତୀୟ ସ୍ତରର ସେମିନାର, ସ୍ମାରକୀ ପ୍ରକାଶନ, ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ବିଶେଷ କରି ବରଗଡ଼ ସଂସଦୀୟ କ୍ଷେତ୍ର ବରଗଡ଼ରେ ଅବସ୍ଥିତ ଦେବ୍ରୀଗଡ଼ ରଣକ୍ଷେତ୍ରର ସଂରକ୍ଷଣ ଓ ପ୍ରଚାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉ । ଏହାଦ୍ୱାରା ଦେଶବାସୀ ବୀର ସୁରେନ୍ଦ୍ର ସାଏଙ୍କ ଅତୁଳନୀୟ ବଳିଦାନ ବିଷୟରେ ଜାଣିପାରିବେ । ସେଇଭଳି ସୋସିଆଲ ମିଡ଼ିଆ ଅଭିଯାନ ପାଇଁ ସ୍ଲୋଗାନ ‘ସଶସ୍ତ୍ର ସଂଗ୍ରାମର ଅଲିଭା ଶିଖା : ବୀର ସୁରେନ୍ଦ୍ର ସାଏ ।’ ‘୧୮୨୭ରୁ ୨୦୨୭: ସୁରେନ୍ଦ୍ର ସାଏଙ୍କ ବୀରତ୍ୱର ଦୁଇ ଶହ ବର୍ଷ ।’ ‘ଦେବ୍ରୀଗଡ଼ର ମାଟି କହେ, ବୀର ସୁରେନ୍ଦ୍ର ସାଏଙ୍କ ଜୟଗାନ । “ଆସନ୍ତୁ ଗଢ଼ିବା ଏକ ନୂତନ ଇତିହାସ, ସମ୍ମାନିତ ହେଉନ୍ତୁ ଆମ ଗୌରବଶାଳୀ ପୂର୍ବଜ” କରାଯାଉ ବୋଲି ସାଂସଦ ପ୍ରସ୍ତାବ ଦେଇଛନ୍ତି । ଦେବ୍ରୀଗଡ଼ର ବିକାଶ ପାଇଁ ଦେବ୍ରୀଗଡ଼ଠାରେ ଏକ ଅତ୍ୟାଧୁନିକ ଡିଜିଟାଲ୍ ସଂଗ୍ରହାଳୟ ନିର୍ମାଣ କରାଯାଉ, ଯେଉଁଠାରେ ବୀର ସୁରେନ୍ଦ୍ର ସାଏଙ୍କ ଗରିଲା ଯୁଦ୍ଧ କୌଶଳ, ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ ତାଙ୍କ ସହଯୋଗୀ ସଂଗ୍ରାମୀମାନଙ୍କ ଇତିହାସ ପ୍ରଦର୍ଶିତ ହେଉ । ଦେବ୍ରୀଗଡ଼ ଏବଂ ବାରପାହାଡ଼ ଅଞ୍ଚଳକୁ ‘ଐତିହାସିକ ପର୍ଯ୍ୟଟନ ସର୍କିଟ୍’ଭାବେ ଘୋଷଣା କରାଯାଉ । ଏଠାରେ ସଂଗ୍ରାମୀମାନଙ୍କର ଲୁଚିବା ସ୍ଥାନ ଓ ରଣକ୍ଷେତ୍ରଗୁଡ଼ିକୁ ସଂରକ୍ଷିତ କରାଯାଇ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ବୃଦ୍ଧି କରାଯାଉ । ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର କାହାଣୀକୁ ଜୀବନ୍ତ କରିବା ପାଇଁ ଦେବ୍ରୀଗଡ଼ଠାରେ ଏକ ଭବ୍ୟ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ବ୍ୟବସ୍ଥା କରାଯାଉ । ଦେବ୍ରୀଗଡ଼ ପ୍ରବେଶ ପଥରେ ଏକ ବିଶାଳ ବିଜୟ ସ୍ତମ୍ଭ ନିର୍ମାଣ କରାଯାଉ, ଯାହା ୧୮୨୭ର ସେହି ମହାନ ବିଦ୍ରୋହର ମୂକସାକ୍ଷୀ ହୋଇ ରହିବ । ବନ୍ୟପ୍ରାଣୀ ଅଭୟାରଣ୍ୟର ସୁରକ୍ଷା ସହିତ ଏହି ସଂଗ୍ରାମର ସ୍ମୃତିକୁ ଯୋଡ଼ି ଏକ ‘ଇକୋ-ହେରିଟେଜ୍’ ମଡେଲ୍ ପ୍ରସ୍ତୁତ କରାଯାଉ ବୋଲି କହିଛନ୍ତି ବରଗଡ଼ ସାଂସଦ । ସମ୍ବଲପୁର, ଭୁବନେଶ୍ୱର ଏବଂ ନୂଆଦିଲ୍ଲୀରେ ବର୍ଷବ୍ୟାପୀ ଜାତୀୟ ସେମିନାର, ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉ । ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ତାଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଓ ବୃତ୍ତଚିତ୍ର ପ୍ରସ୍ତୁତ କରାଯାଉ । ସମ୍ବଲପୁର କିମ୍ବା ବରଗଡ଼ ଦେଇ ଯାଉଥିବା କୌଣସି ଏକ ଦୂରଗାମୀ ଏକ୍ସପ୍ରେସ ଟ୍ରେନର ନାମ ‘ବୀର ସୁରେନ୍ଦ୍ର ସାଏ ଏକ୍ସପ୍ରେସ’ ଭାବେ ନାମିତ କରାଯାଉ । ବରଗଡ଼ ରୋଡ୍ ଏବଂ ସମ୍ବଲପୁର ରେଳ ଷ୍ଟେସନରେ ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ସମ୍ପର୍କିତ ଚିତ୍ରକଳାଏବଂ ତାଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହ ‘ଭାରତ ଗୌରବ’ ଟ୍ରେନ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ପଶ୍ଚିମ ଓଡ଼ିଶାର ଏହି ଐତିହାସିକ ରଣକ୍ଷେତ୍ର ଦେଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଭିନ୍ନ ସମୟରେ ସାଂସଦ ଦାବି କରିଛନ୍ତି ।
Next Post