ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ସମାଜସେବୀ ଦୁଃଶାସନ କୁମ୍ଭାର ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମାଜସେବୀ ଦୁଃଶାସନ କୁମ୍ଭାର ୨୦୧୨ – ୧୦୧୭ ମସିହା ପର୍ଯ୍ୟନ୍ତ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱରେ ଥିଲା ବେଳେ ପଞ୍ଚାୟତର ବହୁ ଐତିହାସିକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ସେ ବରତୁଣ୍ତା ପଞ୍ଚାୟତର ଚାଷୀ ମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏକ ମହାବନ୍ଧ ନିର୍ମାଣ କରିଥିଲେ ଏବଂ ବରତୁଣ୍ତା – ନୁଆଡିହୀ ରାସ୍ତାରେ ଭାଙ୍ଗି ଯାଇଥିବା ପୋଲକୁ ଦାୟିତ୍ୱର ସହିତ ନିର୍ମାଣ କରିଥିଲେ । ଏହା ଦ୍ୱାରା ବରତୁଣ୍ତା ପଞ୍ଚାୟତ ଚାଷୀମାନେ ଜଳସେଚନ ସୁବିଧା ସହିତ ଯିବା ଆସିବା ପାଇଁ ସହାୟକ ହୋଇଥିଲା । ସେ ସରପଞ୍ଚ ଦାୟିତ୍ୱରେ ଥିଲା ବେଳେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଓ ପଞ୍ଚାୟତର ଦେବାଦେବୀଙ୍କ ମନ୍ଦିର ଗୁଡିକ ପୁନରୁଦ୍ଧାର କରାଯାଇଥିଲା । ଏସବୁ ବିକାଶ ମୂଳକ କାର୍ଯ୍ୟପନ୍ଥାକୁ ଶ୍ରୀ କୁମ୍ଭାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ପଦବୀରେ ଲୋକ ମାନେ ବହୁମାତ୍ରାରେ ବିଜୟୀ କରାଇବେ ବୋଲି ତାଙ୍କ ସମର୍ଥକ ଗହଣରେ ପ୍ରକାଶ କରିଛନ୍ତି । ବରତୁଣ୍ତା ଗ୍ରାମ ପଞ୍ଚାୟତରେ ଶ୍ରୀ କୁମ୍ଭାର ତାଙ୍କର ଉନ୍ନତିମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ଲୋକେ ବହୁମାତ୍ରାରେ ବିଜୟୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।