oom

‘ମୁହୁରୀ’ ୟୁଟ୍ୟୁବ ଚ୍ୟାନାଲ ପକ୍ଷରୁ ‘ଭାବର୍‌ ଧାର୍‌’ ଧାରାବାହିକର ପ୍ରମୋ ଭିଡିଓ ଉନ୍ମୋଚନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାରେ ପାଳିତ ବିଭିନ୍ନ ପର୍ବପର୍ବାଣୀ ଆଧାରରେ ଏ ମାଟିର ସଂସ୍କୃତି ଓ ସ୍ୱାଭିମାନକୁ ଦୂରଗାମୀ କରିବା ପାଇଁ ‘ମୁହୁରୀ’ ପ୍ରଡକ୍ସନ ପକ୍ଷରୁ ବର୍ଷବ୍ୟାପୀ ଧାରାବାହିକ ନିର୍ମାଣ ପରିକଳ୍ପନାକୁ ଏ ମଧ୍ୟରେ ସଫଳତାରେ ରୂପାୟିତ କରାଯାଇଛି । ଆସନ୍ତା ୧୦ ତାରିଖ ଦିନ ପଶ୍ଚିମ ଓଡିଶାର ପ୍ରଥମ ଥର ପାଇଁ ଆଞ୍ଚଳିକ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ମୁହୁରୀ’ ପ୍ରଡକ୍ସନର ମେଗା ଧାରାବାହିକ ‘ଭାବର୍‌ ଧାର୍‌’ର ପ୍ରଥମ ପ୍ରମୋ ଭିଡିଓ ସମ୍ବାଦିକ ଭବନ ଠାରେ ଉନ୍ମୋଚିତ ହୋଇଯାଇଛି । ବଲାଙ୍ଗିର ସାମ୍ବାଦିକ ଭବନ ସଭା କକ୍ଷରେ ଆୟୋଜିତ ସାମ୍ବାଦିକ ସମାବେଶରେ ମୁକ୍ତିଲାଭ କରିବାକୁ ଯାଉଥିବା ୟୁଟ୍ୟୁବ ଧାରାବାହିକର ପ୍ରୟୋଜିକା ନିହାରିକା ଓ ଉପାସନା ପୁରୋହିତଙ୍କ ପକ୍ଷରୁ ହିମାଂଶୁ ଭୂଷଣ ପଣ୍ଡା ସମବେତ ଶ୍ରଦ୍ଧାଳୁ ମାନଙ୍କୁ ଧାରାବାହିକର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ନିର୍ଦ୍ଦେଶକ ଗୋପାଲ ପ୍ରଧାନଙ୍କ ଆହ୍ୱାନ କ୍ରମେ ବରିଷ୍ଠ କଳାକାର ସତ୍ୟନାରାୟଣ ବେହେରା, ପତ୍ରକାର ତଥା କଳାକାର ଅଖିଲ ଚନ୍ଦ୍ର ହୋତା, ସଂଗୀତ ନିର୍ଦ୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ, ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସମେତ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରଦର୍ଶିତ ହେବାକୁ ଯାଉଥିବା ଏ ଧାରାବାହିକର ଅନ୍ୟତମ କଳାକାର ମଧ୍ୟରୁ ଅଚ୍ୟୁତ ପୁରୋହିତ, ଶିଶୁ କଳାକାର ଅସ୍ମି ଓ ଅର୍ପିତା, ରିଙ୍କି ତ୍ରିପାଠୀ, ବର୍ଷାରାଣୀ ନନ୍ଦ, ଚନ୍ଦନା ସିଂ, ସସ୍ମିତା ପରମଗୁରୁ, ଜ୍ୟୋସ୍ନାରାଣୀ ଦାସ, ଲଳିତ ପୁଜାରୀ, ରାମ ପ୍ରସାଦ ଦାଶ, ବ୍ୟାସଦେବ ପୁରୋହିତ, ନୁତନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଟିଂ ସମୟର ଅଭିଜ୍ଞତା ସମସ୍ତଙ୍କ ଆଗରେ ବର୍ଣ୍ଣନା କରିଥିଲେ । ଧାରାବାହିକର ସମ୍ପାଦନା କରୁଥିବା ପ୍ରଶାନ୍ତ କୁମାର ବେହେରା ନିଜ ସୁଚିନ୍ତିତ ଉପଲବ୍ଧି ପ୍ରକାଶ କରିଥିଲେ । ଶେଷରେ ଶ୍ରୀକାନ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.