ls

ପ୍ରାକ୍ତନ ଉପବାଚସ୍ପତି ତଥା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ଶୋକ

sb

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକଙ୍କ ଅମଳରେ ଉପବାଚସ୍ପତି ତଥା ରାଜସ୍ୱ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଳାଇ ଥିବା ସୁରେନ୍ଦ୍ରନାଥ ନାୟକଙ୍କ ୯୪ ବର୍ଷ ବୟସରେ ଭୁବନେଶ୍ଵର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଏଥିରେ ମର୍ମାହତ ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପି. ପି. ରାୟ ଗଭୀର ଶୋକ ପ୍ରକାଶ କରି ରାଜନୀତି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ଲିଭିଗଲା ବୋଲି କହିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ନାୟକ ଦୁଇ ଦୁଇଥର କରୋନାରେ ପୀଡିତ ଓ ପରେ ବାର୍ଦ୍ଧକ୍ୟ କାରଣ ଯୋଗୁଁ ହୁଇଲ ଚେୟାର ମାଧ୍ୟମରେ ଚଳପ୍ରଚଳ କରୁଥିଲେ । ସେ ଜଣେ ଅମାୟିକ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ ପରିଚିତ ଥିଲେ ।

pc pk
Leave A Reply

Your email address will not be published.