oom

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ୪୦ରୁ ଅଧିକ ମହିଳା ପୁରୁଷ : ସମରେନ୍ଦ୍ରଙ୍କ ନେତୃତ୍ୱ ପ୍ରତି କଲେ ଆସ୍ଥା ପ୍ରକଟ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪.୩୦ ମି.ରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ଅଏଁଲାପାଲି ଗାଁର ୪୦ରୁ ଅଧିକ ମହିଳା ଓ ପୁରୁଷ ବିଜୁ ଜନତା ଦଳ ଛାଡି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ମାନ୍ୟବର ବଲାଙ୍ଗିର ବିଧାୟକଙ୍କ ବିକାଶ ମୂଳକ କାର୍ଯ୍ୟଧାରା ଓ ଯୁବନେତା ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱ ଯୋଗୁଁ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗ ଦେଇଥିବା କହିଛନ୍ତି । ଅର୍ଜୁନପୁର ପଂଚାୟତର ନାରୀନେତ୍ରୀ ତଥା ଦେଓଗାଁ ବ୍ଲକର ଅଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆଙ୍କ ସହ ଅଏଁଲାପାଲି ଗାଁର ଏହି ୪୦ରୁ ଅଧିକ ମହିଳା ଓ ପୁରୁଷ କଂଗ୍ରେସ ଦଳର ନିତି ଆଦର୍ଶ ଯାହାକି ସବୁବେଳେ ଗରିବ ଲୋକଙ୍କ ହିତ ସାଧନ କରିଥାଏ । ଏଥି ପ୍ରତି ଏହି ଲୋକେ ବିଶ୍ୱାସ କରି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ବିଗତ ଦିନରେ ଅର୍ଜୁନପୁର ପଂଚାୟତ ସର୍ବପରି ଦେଓଗାଁ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, ରୋଡ ରାସ୍ତା, କ୍ରୀଡା ଭିତ୍ତିଭୂମି ଏ ସବୁର ଯୋଜନାବଦ୍ଧ ଭାବେ ବିକାଶ କରାଯାଇଥିଲା । ଏହି ବିକାଶ ଯୋଗୁଁ ଅଂଚଳର ଲୋକଙ୍କ ଜିବନ ଧାରଣମାନରେ ଉନ୍ନତି ହେବା ସହ ଆଗାମୀ ଦିନରେ ଛାତ୍ର ଯୁବକମାନେ ଯେପରି ରୋଜଗାରକ୍ଷମ ହୋଇ ପାରିବେ ସେ ଦିଗରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପ୍ରଚେଷ୍ଟା ରହିବ ବୋଲି କଂଗ୍ରେସ ଦଳ ତରଫରୁ ଯୋଗ ଦେଇଥିବା ମହିଳା ପୁରୁଷମାନଙ୍କୁ ପ୍ରତିଶୃତି ଦିଆଯାଇଛି । ଆଜିର ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସମସ୍ତ ଗ୍ରାମବାସୀଙ୍କୁ କଂଗ୍ରେସ ଦଳକୁ ନିମନ୍ତ୍ରଣ କରିବା ସହ ଫୁଲମାଳ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ଓ କହିଥିଲେ ଆଜିଠୁ କଂଗ୍ରେସ ଦଳର ନୀତି ଆଦର୍ଶ ଯାହାକି ସମାଜର ତଳ ସ୍ତର ଲୋକଙ୍କ ବିକାଶ ହିଁ ଲକ୍ଷ୍ୟ ଅଟେ ଏ ଦିଗରେ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଥିଲେ । ଆଜିର ମିଶ୍ରଣ ପର୍ବରେ କୁନି ନାଏକ, ମିଞ୍ଜୁ ଭୁକ୍ତା, ଶ୍ରୀନିବାସ ସା, ପ୍ରମୋଦମଣି ପାଣ୍ଡେ, ଜଗଜିବନ ବୁଡେକ, ଲକ୍ଷିନ୍ଦ୍ର ନାଏକ, ଚୈତନ୍ୟ ସେଠ, ତିଲୋତ୍ତମା ବୁଡେକ, ରଶ୍ମିତା ସା, ଗୌରୀ ବୁଡେକ, ଉର୍କୁଲି ବୁଡେକ, କନକ ପାଣ୍ଡେ, ଅହଲ୍ୟା ସେଠ, ଗୁରୁବାରି ସେଠ, ନୁରା ମହାକୁର, ସୁମତି ସା, ସୁଲୋଚନା ବୁଡେକ, କୋଶଳା ପାଣ୍ଡେ, ମୀନା ବୁଡେକ, କେତକି ଭୁକ୍ତା, କଲାବତି ବୁଡେକ, ବାସନ୍ତି ନାଏକ, ବୀଣା ବାଗ, କୁନ୍ତି ସା, ସାବିତ୍ରି ବାରିକ, ମନୋଜ ବୁଡେକ, ବିଜୟା ବୁଡେକଙ୍କ ସମେତ ୪୦ରୁ ଅଧିକ ମହିଳା ଓ ପୁରୁଷ କଂଗ୍ରେସରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ପ୍ରଦୀପ ପଣ୍ଡା, ଅନନ୍ତ ଚୌହାନ, ସୋନୁ ସାହୁ ଓ ଉମାକାନ୍ତ ଜାଲ ପ୍ରମୁଖ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.