ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରୁ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ୧୨ହଜାର ୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ୮୪୬୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ରେଜଲ୍ଟରେ ପାସ୍ ହାର ୬୮.୬୬ ପ୍ରତିଶତ ରହିଛି । ତେବେ ଏଥର ଛାତ୍ରଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଛାତ୍ରୀ । କଳାରେ ୮୯୩୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିଭଳି ବାଣିଜ୍ୟରେ ୬୧୫, ବିଜ୍ଞାନରେ ୨୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୪୪୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ କଳାରେ ୬୩୧୦ଜଣ, ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧୫୦୧ ଓ ଧନ୍ଦାମୂଳକ ଶିକ୍ଷାରେ ୨୨୭ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତେବେ ପରୀକ୍ଷାରେ ଛାତ୍ରମାନଙ୍କ ପାସ୍ ହାର ୬୨.୭ପ୍ରତିଶତ ରହିଥିବାବେଳେ ଛାତ୍ରୀଙ୍କ ପାସହାର ୬୭.୭୬ ପ୍ରତିଶତ ରହିଛି ।