
କଟକ : ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୱେବସାଇଟ୍ www.bseodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ସନ୍ଧ୍ୟା ୬ଟା ପରେ ପରୀକ୍ଷାଫଳ ୱେବ୍ ସାଇଟରେ ଉପଲବ୍ଧ ହେବ । ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଅପରାହ୍ମ ୪ଟାରେ ମାଧ୍ୟମିକ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ । ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ରୋଲ ନଂ ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଯାଞ୍ଚ କରିପାରିବେ । ଏହାଛଡା SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ସେମାନଙ୍କ ଫଳ ଦେଖିପାରିବେ । ଏଥର ରେଜଲ୍ଟ ବାହାରିବା ଦିନ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ମିଳିବ ବୋଲି ପୂର୍ବରୁ ବୋର୍ଡ ସଭାପତି ସୂଚନା ଦେଇଥିଲେ । ଚଳିତ ବର୍ଷ ରାଜ୍ୟର ୩ ହଜାରରୁ ଅଧିକ କେନ୍ଦ୍ରରେ ୫ ଲକ୍ଷରୁ ଅଧିକଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଯେଉଁ ପରୀକ୍ଷାର୍ଥୀ ନିଜର ରେଜଲ୍ଟ ନେଇ ଅସନ୍ତୁଷ୍ଟ ହେବେ ସେମାନେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ ।