oom

ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କଲେ ବିଧାୟକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ଗୋଡ଼ିପୁଟ ମାଟିଆ ଗ୍ରାମ ପଞ୍ଚାୟତର ଗୋଦାମ ଗୃହ, ସ୍ବାସ୍ଥ୍ୟ ସେବା କେନ୍ଦ୍ର ଓ ଯୋଗ ଗୃହକୁ ଗୁରୁବାର ଅପରାହ୍ନରେ ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ କରକମଳରେ ଲୋକାର୍ପଣ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ନିଶଙ୍କ, ଆତ୍ମାର ଅଧ୍ୟକ୍ଷ ସୁଧାକର ମାର୍ଥା, ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସନ୍ତୋଷ ତ୍ରିପାଠୀ, ବିପିଓ ଦିଲ୍ଲୀପ କୁମାର ପରିଡା, ଦୁର୍ବାଷା ନିଶଂକ ଓ ସମିତି ସଭ୍ୟା ବିଜୟଲକ୍ଷ୍ମୀ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଲୋକାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ/ସଭ୍ୟା, ଦଳୀୟ କର୍ମୀ, ନେତୃବୃନ୍ଦ ସମେତ ବହୁ ସଂଖ୍ୟାରେ ମହିଳା ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.