om academy

ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନିରନ୍ତର ଅଭ୍ୟାସ ଅନୁସରଣ ପ୍ରୟୋଗଶାଳା ଅନୁଷ୍ଠିତ

jsm

କଂଟାବାଂଜି, (ମନିଷ କୁମାର ହଂସ ) : ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀନ ଶିକ୍ଷା ସଂଗଠନ, ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଜିଲ୍ଲା ପ୍ରଭାରୀ ଅଧ୍ୟାପକ ଲୋହିତାକ୍ଷ ଯୋଷୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ କଂଟାବାଂଜିକୁ ପରିଦର୍ଶନ କରି ପରିମଳ ଓ ସ୍ୱାସ୍ଥ୍ୟ, ବର୍ଜ୍ୟବସ୍ତୁ, ଜଳଶକ୍ତି ପରିଚାଳନା ଓ ସବୁଜ ବଳୟର ସ୍ଥିତି ବିଷୟରେ ଅନୁଧ୍ୟାନ କରିଥିଲେ । ସେ ଏକ ରିପୋର୍ଟ ତିଆରି କରି ଆସନ୍ତା ୨୧ ଓ ୨୨ ତାରିଖରେ ହାଇଦ୍ରାବାଦରେ ହେବାକୁ ଥିବା ଜାତୀୟ ସ୍ତରୀୟ ସମ୍ମିଳନୀରେ ଉପସ୍ଥାପିତ କରିବେ ବୋଲି ସୂଚନା ଦେବା ସହ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀମାନଙ୍କ ସହ ଆଲୋଚନା କରି ପରିବେଶ ସୁରକ୍ଷାରେ ଛାତ୍ରୀମାନଙ୍କର ଭୂମିକା ଉପରେ ଅବଗତି କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ, ଅଧ୍ୟାପକ ଯୁଧିଷ୍ଠିର ବେହେରା, ଜିତେନ୍ଦ୍ର ସୁନା, ନେପାଳ ସେଠି, ଅଧ୍ୟାପିକା ସୁନନ୍ଦା ରଥ ସହ ଶତାଧିକ ଛାତ୍ରୀ ସାମିଲ ଥିଲେ । ଆସନ୍ତା ଶିକ୍ଷା ବର୍ଷଠାରୁ ଗ୍ରାମୀଣ ଶିକ୍ଷା ନାମକ ଏକ ବିଷୟ ଭାରତ ସରକାରଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ବିଭାଗରେ ସାମିଲ କରାଗଲେ ଛାତ୍ରୀଛାତ୍ରମାନେ ଶିକ୍ଷା ଅନୁଷ୍ଠାନ ଓ ସମାଜ ମଧ୍ୟରେ ସଂପର୍କର ସେତୁ ଗଢି ଉଠିବ ବୋଲି ଛାତ୍ରୀମାନଙ୍କୁ କହିଥିଲେ ।

Leave A Reply

Your email address will not be published.