ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡିଲେ ପ୍ରଧାନ ଶିକ୍ଷକ

ବୌଦ୍ଧ, (ବଂଶୀଧର ମାଝୀ) : ସରକାର ପ୍ରତ୍ୟେକ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ମାନସିକ କିମ୍ବା ଶାରିରୀକ ଭାବେ ଦଣ୍ତ ଦେଇ ପାରିବେ ନାହିିଁ ବୋଲି ନିୟମ କରିଛନ୍ତି । କିନ୍ତୁ ସବୁ ନିୟମକୁ ଭଙ୍ଗ କରି ନିଜେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରକୁ ମାଡ଼ ମାରି ଲହୁଲୁହାଣ କରି ପିଠି ଓ ଜଙ୍ଘରେ ମାଡ଼ ମାରିଥିବା ନେଇ ନିଜେ ଛାତ୍ର ଓ ଅଭିବାବକ ଉଭୟ ଅଭିଯୋଗ ଆଣିଛନ୍ତି । ଏଭଳି ଘଟଣା ଘଟିବା ପରେ ମାଡ଼ ଦାଗ ଫଟୋ ଗୁଡିକ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ଏମିତି ଅଭିଯୋଗ ଆସିଛି ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଝାରଖମନ ପ୍ରାଥମିକ ବିଦ୍ୟାଳୟରୁ । ସୂଚନା ମତେ ଉକ୍ତ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ବିକାଶ ବେହେରା ପାଠ ପଢ଼ୁଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମାନନ୍ଦ ସାହୁ ଛାତ୍ରକୁ ଏକ ଗୀତ ଲେଖି ଆଣିବାକୁ କହିଥିଲେ । କିନ୍ତୁ ଛାତ୍ର ଜଣକ ଲେଖି ପାରି ନଥିବାରୁ ଶିକ୍ଷକ ଜଣକ ରାଗରେ ପିଲାର ପିଠି, ଜଂଘ ଓ ଗୋଡ଼ରେ ବାଡ଼ିରେ ପିଟିଥିବାରୁ ପିଲାର ପ୍ରତ୍ୟକ ସ୍ଥାନରେ ଦାଗ ରହିଥିଲା । ଏପରିକି ପିଲାକୁ ଜ୍ୱର ମଧ୍ୟ ଆସିଥିଲା । ପରେ ଘଟଣା ସମ୍ପର୍କରେ ପିଲାଟି ବାପା ବୁଲୁ ବେହେରାଙ୍କୁ ସମସ୍ତ କଥା ଜଣାଇଥିଲା । ପରିବାର ଲୋକେ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲକୁ ନେଇଥିବା ଜଣାପଡିଛି । ଘଟଣାକୁ ନେଇ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମାନନ୍ଦ ସାହୁଙ୍କୁ ପଚାରିବାରୁ ପିଲାକୁ ବାଡେଇ ଥିବା କଥା ସ୍ଵୀକାର କରିଥିବା ବେଳେ ଅକ୍ଷର ଲେଖି ଆଣିବାକୁ କହିଥିଲି । ଲେଖି ପାରି ନଥିବାରୁ ମାଡ଼ ମାରିଛି ବୋଲି କହିଥିଲେ । ଏପଟେ ପ୍ରାଧନ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ଛାତ୍ରର ପିତା ମାତା ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ସିପିଆଇ ନେତା ଅବକାଶ ସାହୁ ଦାବୀ କରିଛନ୍ତି ।

Leave A Reply

Your email address will not be published.