lika

ଖଟଖଟିଆ ସ୍କୁଲର ପ୍ରୋଜେକ୍ଟ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେବ

gbag

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ସହଯୋଗରେ ମାଲଟିଏଜ ହାଇଟେକ ୱାଟର ବେସିନ ରାଜ୍ୟସ୍ତରରୁ ଜାତୀୟ ସ୍ତରକୁ ମୋନନୀତ ହୋଇଯାଇଛି । ଏଥିରେ ଛାତ୍ରୀ ସ୍ୱରୂପା ପଲିଆ ଓ ଗାଇଡ଼ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ତତ୍ଵାବଧାନରେ କରୋନା ସମୟରେ ୨୦୨୦-୨୧ ମସିହାରେ ହୋଇଥିବା ପ୍ରୋଜେକ୍ଟଟି ଆଜି ତା୧୪-୦୯-୨୦୨୨ରେ ଉକ୍ତ ପ୍ରକଳ୍ପଟି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ବୌଦ୍ଧ ଜିଲ୍ଲାରୁ ଏକମାତ୍ର ପ୍ରକଳ୍ପ ମନୋନୀତ ହୋଇଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାର ଶିକ୍ଷାବିତ୍‌ ବୁଦ୍ଧିଜୀବୀ ମହଲରୁ ଛାତ୍ରୀ ପଲିଆଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ଉଦୟନାଥ ମାଝୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ ଛାତ୍ରୀ ସ୍ୱରୂପା ପଲିଆଙ୍କୁ ବେଶ ଉତ୍ସାହିତ କରିଛନ୍ତି । ଏବେ ରାଜ୍ୟ ସରକାରଙ୍କ ତତ୍ଵାବଧାନରେ ଛାତ୍ରୀ ସ୍ୱରୂପା ପଲିଆ ପ୍ରୋଜେକ୍ଟ ପ୍ରଦର୍ଶନ ପାଇଁ ଦିଲ୍ଲୀ ଯାଇଛନ୍ତି । ଏଥିରେ ବିଶେଷ ସହଯୋଗରେ ଖଟଖଟିଆ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଯଜ୍ଞସେନି ଖେତୀ । ଏଥିପାଇଁ ଉଭୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପଲିଆଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବିଦ୍ୟାଳୟର ସୁନାମ ପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ବେଶ ଖୁସି ଅଛନ୍ତି ।

babaa
Leave A Reply

Your email address will not be published.