ଭୁବନେଶ୍ୱର, (କେପିଏନ୍ଏସ୍) : ଅହିଂସା ରଥ ରାଜ୍ୟର ପୁରୀ, ନୟାଗଡ, ଖୋର୍ଦ୍ଧା, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା, ବରଗଡ, ବଲାଙ୍ଗିର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ପରିକ୍ରମା କରିଛି । ରଥର ସ୍ୱାଗତରେ ପ୍ରଦର୍ଶିତ ହେଉଛି ସାଂସ୍କୃତିକ ବିଭବ । ଘଣ୍ଟ, ଶଙ୍ଖ ଓ ହୁଳହୁଳିର ନାଦରେ ଓଡିଆ ପରମ୍ପରା ପ୍ରତିଫଳିତ ହେଉଛି ଶୋଭାଯାତ୍ରାରେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।