jayashree

ସାହିତ୍ୟିକ ସମାଜର ପଥ ପ୍ରଦର୍ଶକ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଆଦିବାସୀ ଭବନଠାରେ ସ୍ଥାନୀୟ ତ୍ରିବେଣୀ ସାରସ୍ୱତ ସନ୍ଧାନ ପକ୍ଷରୁ ଏକ କବିତା ଆସର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ଧର୍ମସିଂହ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ସଭାପତି ଟିକେଚନ ରାଏ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଜେନ୍ଦ୍ର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ ମୁଖ୍ୟ ଅତିଥି, ନାଟ୍ୟକାର ହରିହର ପଧାନ ମୁଖ୍ୟବକ୍ତା, କବି ବଂଶୀଧର କର୍ମୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବେଦବାକ ତାଙ୍କ ବକ୍ତବ୍ୟରେ କହିଥିଲେ, ସାହିତ୍ୟିକ ସମାଜର ପଥ ପ୍ରଦର୍ଶକ । ତେଣୁ ଯୁବକବି ଓ ଲେଖକ ସମାଜ ସୁଧାରକ ସାହିତ୍ୟ ସଂରଚନା କରନ୍ତୁ । କବିତା ମାଧ୍ୟମରେ ଯୁବ ଚେତନା ସୃଷ୍ଟି କରାଯାଉ । ସାଂପ୍ରତିକ ସ୍ଥିତିକୁ ନେଇ ବିପ୍ଲବ ଆଣିଲା ଭଳି ସାହିତ୍ୟ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲା ଲମ୍ବସରି ଗ୍ରାମର ବଂଶୀଧର କର୍ମୀଙ୍କ ଦ୍ୱାରା ରଚିତ ପୁସ୍ତକ ‘ନିର୍ଝର’କୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଏହି ଅବସରରେ ଯୁବ ସାମ୍ବାଦିକ ସୁଶାନ୍ତ ବାରିକ, ଯୁବକବି ସଂଗଠକ ରାଜେଶ ଦଣ୍ଡସେନା, ଶିକ୍ଷାବିତ୍ ରାମଚନ୍ଦ୍ର ପଟେଲ, କବି ବଂଶୀଧର କର୍ମୀ, କଣ୍ଠଶିଳ୍ପୀ କାଶ୍ମୀର ଛତ୍ରିଆ, ଦେବରାଜ ନନ୍ଦ, ଦୁର୍ଯ୍ୟୋଧନ କୁମ୍ଭାରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ପରେ ଜ୍ୟୋତିପ୍ରକାଶ ସାହୁ ସସ୍ମିତା ସାହୁ, ଗୌରିଶଙ୍କର ସାହୁ ଏବଂ ବିବୁଲ ମହାକୁରଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ବିଭିନ୍ନ ଜିଲ୍ଲାରୁ ଆସିଥିବା ୬୦ରୁ ଅଧିକ କବି ସ୍ଵରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.