oom

କେରାଣ୍ଡିତୋଳା ନାରାୟଣପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଶାଖା ତରଫରୁ ମୃତକ କୁନ୍ତୀ ପ୍ରଧାନଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଧିନସ୍ଥ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ଇଣ୍ଡିଆନ ଓଭର ସିଜ୍ ବ୍ୟାଙ୍କ ଶାଖା ତରଫରୁ ବରିଷ୍ଠ କ୍ଷତ୍ରୀୟ ପ୍ରବନ୍ଧକ ମନୀଷ କୁମାର ଉପସ୍ଥିତ ରହି ମୃତ୍ୟୁବରଣ କରିଥିବା କୁନ୍ତୀ ପ୍ରଧାନଙ୍କ ପୁତ୍ର ସନ୍ତୋଷ ପ୍ରଧାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମାରାଶି ଚେକ୍ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ଗ୍ରାମର ସ୍ୱର୍ଗତ କୁନ୍ତୀ ପ୍ରଧାନ, ସ୍ୱାମୀ ମାଧବ ପ୍ରଧାନ ଗତ ୧୮/୫/୨୦୨୨ ତାରିଖରେ ଆକସ୍କିକ ଭାବେ ଗଛପଡ଼ି ଯିବାରୁ ସେ ମୃତ୍ୟୁବରଣ କରିଥିଲେ । ମୃତ କୁନ୍ତୀ ପ୍ରଧାନ ଉକ୍ତ ଗ୍ରାମର ଆଇଓବି ଶାଖାରେ ୩୫୪ ଟଙ୍କା ବାନ୍ଧି ଦୁର୍ଘଟଣା ଜନିତ ବୀମାରେ ନିଜକୁ ସାମିଲ କରିଥିଲେ । ଏହି ପ୍ରରିପେକ୍ଷୀରେ ନୋମିନି ଥିବା ତାଙ୍କ ପୁତ୍ର ସନ୍ତୋଷ ପ୍ରଧାନ ନଭେମ୍ବର ମାସରେ ସମ୍ପୂର୍ଣ୍ଣ ମୃତ କୁନ୍ତୀ ପ୍ରଧାନଙ୍କର ପ୍ରମାଣ ପତ୍ର ବ୍ୟାଙ୍କରେ ଦାଖଲ କରିଥିଲେ । ଏହି ଅବସରରେ ସୋମବାର ଦିନ ଆଇଓବି ଶାଖା ପରିସର ମଧ୍ୟରେ ଏକ ବୀମା ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ବରିଷ୍ଠ କ୍ଷତ୍ରୀୟ ପ୍ରବନ୍ଧକ ମନୀଷ କୁମାର ମୁଖ୍ୟ ପ୍ରବନ୍ଧକ, ରତିକାନ୍ତ ବେହେରା, ବରିଷ୍ଠ ପ୍ରବନ୍ଧକ ମୀନ କେତନ ଜେନା, ଶାଖା ପରିଚାଳକ ପିଣ୍ଟୁ ସାହୁ, ଉପଶାଖା ପରିଚାଳକ ସୁଶ୍ରୀ ସନ୍ଧ୍ୟାରାଣୀ କୋଷାଧ୍ୟକ୍ଷ ଶ୍ରୀମତୀ, ମଲ୍ଲିକା, ବେହେରା ଓ ଗ୍ରାମର ବରିଷ୍ଠ ନାଗରିକ କମିଟି ସଭାପତି ନରହରି ପ୍ରଧାନ, ସମ୍ପାଦକ ବାଉରୀବନ୍ଧୁ ସାହୁ, ଶିକ୍ଷକ ନେତା କାମରାଜୁ ମହାରଣା ଶାଖା ସମସ୍ତ ଗ୍ରାହାକମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶାଖା ବ୍ରାଞ୍ଚ କୋର୍ଡିନେଟର ଜି.ଲାଚ୍ଛେୟା ବ୍ୟାଙ୍କମିତ୍ର ଶ୍ରୀମତୀ ସୁନୀତା ଶତପଥୀ ଓ ଶଙ୍କର ପ୍ରସାଦ ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.