ଅଞ୍ଚଳର ଉନ୍ନତି, ବିକାଶ ଓ ଶାନ୍ତିକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରଚାର

  • ପ୍ରଚାରରେ ସାମିଲ୍‌ ହେଲେ ଭୋଟର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପାଞ୍ଚ ଥର ମୁଖ୍ୟମନ୍ତ୍ରୀଙ୍କ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଦେଇଛନ୍ତି । ଛାତ୍ର, ଯୁବକ, କୃଷକ, ଶ୍ରମିକ, ମହିଳାଙ୍କ ଆର୍ଥୀକ ବିକାଶ ସହ ଅଂଚଳର ବିକାଶ ମଧ୍ୟ ହୋଇଛି । ଅନେକ ଲୋକ ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ଭାବରେ ହେଉ ଅନେକ କାମ ହୋଇଛି । ର୍ବମାନ ବିକାଶ ଆଡକୁ ଟିଟିଲଗଡ ନିର୍ବାଚନ ମଣ୍ଡଳୀ ଗତି କରୁଛି । ହେହିଭଳି ଖୋଲାନ ନଦୀରେ ବ୍ରିଜ, ଦୀଗଶିରା ନଦୀରେ ବ୍ରୀଜ୍‌ ନିର୍ମାଣ, ବିନେକେଲା ନଦୀରେ ବ୍ରିଜ୍‌, ଛନଛଡା ନଦୀରେ ବ୍ରିଜ୍‌ ନିର୍ମାଣ, ଡେଙ୍ଗଗାଁ ନଦୀ ଠାରେ ବ୍ରିଜ୍‌ ନିର୍ମାଣ, ବାଦିପଡା ବ୍ରିଜ୍‌ ନିର୍ମାନ ପୁନଃ, କୁଟୁରା କେମ୍ପ ଗାଁ ବ୍ରିଜ୍‌ ନିର୍ମାଣ, ଚାରୋଟି ନଦୀରେ ବେରେଜ ନିର୍ମାଣ, ସଇଁତଳାକୁ ଏନ୍‌.ଏ.ସି ମାନ୍ୟତା, ତୁଷୁରା କୁ ଏନ୍‌.ଏ.ସି ମାନ୍ୟତା, ମହାରାଜ ସାଗରର ସୋନ୍ଦଜ୍ୟ କରଣ, କୁମୁଡା ପାହାଡ ସୌନ୍ଦଜ୍ୟ କରଣ ସମେତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା, ସହରରେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ୍‌, ମିଶନ ଶକ୍ତି ହାଟ ନିର୍ମାଣ, ବିଭିନ୍ନ ସ୍ତାନରେ ପାର୍କ ନିର୍ମାଣ, ସମସ୍ତ ମନ୍ଦିର ମସ୍‌ଜିଦ୍ ଚର୍ଚକୁ ଅନୁଦାନ, ନୂତନ ହସ୍‌ପିଟାଲ୍‌ ନିର୍ମାଣ, ନୂତନ ଭାବେ ମହିଳା ବିଦ୍ୟାଲୟ ନିର୍ମାଣ, ବସ୍‌ଷ୍ଟାଣ୍ଡ ଆଧୁନିକ କରଣ ନିର୍ମାଣ, ଟିଟିଲାଗଡ ସହରକୁ ସିସି ଟିଭି, ଓଭର୍‌ ବ୍ରିଜ୍‌ ନିର୍ମାଣରେ ମୁଖ୍ୟ ଭୂମିକା, ଅଣ୍ଡର ବ୍ରିଜ୍‌ ନିର୍ମାଣ, ବିଭିନ୍ନ ସ୍କୁଲର ମରାମତି ସହିତ ୫ଟିରେ ଯୋଡିବା ଏମିତି ଅନେକ କାର୍ଯ୍ୟ ଲୋକଙ୍କ ପାଇଁ ୧୦ ବର୍ଷ ଭିତରେ କରାଯାଇଛି । ଆହୁରି କାର୍ଯ୍ୟ ରହିଛି ତାହା ମଧ୍ୟ ନିଶ୍ଚିତ ଭାବରେ କରାଯିବ । ଏଣୁ ବିକାଶର ପଥ ବିକାଶର ରାସ୍ତାରେ ସାମିଲ ହୁଅନ୍ତୁ । ନିଜ ତଥା ନିଜ ଅଂଚଳକୁ ବିକାଶ ଅଭିମୁଖୀ କରିବାରେ ନିଜ ବହୁ ଗୁରୁତ୍ୱପୂର୍ଣ୍ଣ ମତ ସାବ୍ୟସ୍ତ ଦାଇତ୍ୱ ପାଳନ କରିବାକୁ ଅନୁରୋଧ କରି ଦୁଇଟି ଭୋଟ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଭୋଟରଙ୍କୁ ଅନୁରୋଧ କରିଥିଲେ ମନ୍ତ୍ରୀ ଟୁକୁନୀ ସାହୁ । ଅନ୍ୟପଟେ ଆମେହିଁ ଆମ ଅଂଚଳର ବିକାଶ କରିବାକୁ ହେବ । କୌଣସି ବ୍ୟାବସାୟୀ ହାତରେ ଅଂଚଳକୁ ଟେକିଦେଲେ ଯେମିତି ଲୋକଙ୍କୁ ସୁଧ ଆକାରରେ ଟଙ୍କା ଦେଇ ଚକ୍ରବର୍ତୀ ସୁଧ ହିସାବରେ ଅସୁଲି କରି ଆସୁଛି । ଆଉ ସୁଧ ଦେଇ ନପାରିଲେ ଲୋକଙ୍କ ଜମୀ, ସୁନା ଗହଣା ହଡପ୍‌ କରୁଛି । ସେ ଆଗାମୀ ଦିନରେ ନିର୍ବାଚନରେ ଯୋତେ ଟଙ୍କା ବିନିଯୋଗ କରିବ ତାର ସୁଧ ସହ ଚକ୍ରବର୍ତୀ ସୁଧ ବି ହାସଲ କରିବ । ଏମିତି କି ସାଧାରଣ ଲୋକଙ୍କୁ ଶୋଷଣ କରିବ । ପ୍ରତିକଥାରେ ପ୍ରତିକାମରେ ପ୍ରଥମେ ଟଙ୍କା ହିଁ ମାଗିବ ବୋଲି କିଛି ଭୋଟରଙ୍କ ଆଜିର ପ୍ରଚାର ଭୋଟରଙ୍କୁ ସଚେତନ କରୁଥିଲେ । ଆଜିର ନିର୍ବାଚନୀ ପ୍ରଚାର ବାନ୍ଦୁପଲା, ଖୋଲାନ,ସିଲୁଆ ଓ ନାରାୟନ ଗ୍ରାମ ପଂଚାୟତର ବିଭିନ୍ନ ଗାଁରେ ମାରଥନ୍‌ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ ମନ୍ତ୍ରୀ ଟୁକୁନୀ ସାହୁ ।

Leave A Reply

Your email address will not be published.