
ପାଟଣାଗଡ଼, (କେପିଏନ୍ଏସ୍) : ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେର ତାୱଡ଼୍ ତୋଡ଼୍ ନିର୍ବାଚନୀ ପ୍ରଚାରରେ ବାହାରିଥିବା ଦେଖିବାକୁ ମିଳିଛି । ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ଦୁଣ୍ଡେଲ ଗ୍ରାମରେ ଡେ଼ାର୍ ଟୁ ଡେ଼ାର୍ ପ୍ରଚାର୍ କରିଛନ୍ତି ସରୋଜ ମେହେର । ନବୀନ ସରକାରଙ୍କ ବିକାଶ ଧାରାରେ ସାମିଲ୍ ହେବା ପାଇଁ ସେ ଜନସାଧାରଣଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ସେହିଭଳି ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚଂଘରିଆ ଗ୍ରାମରେ ବିଧାୟକ ପ୍ରାର୍ଥୀ ସରୋଜ ମେହେର ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିଥିବା ବେଳେ ଖପ୍ରାଖୋଲ ବ୍ଲକର ହିର୍ଲି ଗ୍ରାମରେ ମଧ୍ୟ ମାରାଥନ୍ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ବର୍ଗର ଭୋଟର୍ଙ୍କୁ ଭେଟି ବିଧାୟକ ପ୍ରାର୍ଥୀ ସରୋଜ ପାଟଣାଗଡ଼ରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ ଆଶୀର୍ବାଦ୍ କରି ଭୋଟ୍ ଦେବାକୁ ନିବେଦନ କରିଛନ୍ତି ।