oom

ମଲାଡ଼, କରପଡା ଓ ରାଜପୁର ପଞ୍ଚାୟତରେ ସୁବାଷ ବେହେରାଙ୍କ ଭୋଟ୍‌ ଭିକ୍ଷା : ବିଜେଡିର ଜୋର୍‌ଦାର୍‌ ପ୍ରଚାର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଆଜିଠାରୁ ପଞ୍ଚାୟତଠାରୁ ପଞ୍ଚାୟତ ଘର ଠୁ ଘର ଜୋର୍‌ଦାର୍‌ ଆରମ୍ଭ ହୋଇଛି । ବିଜୁ ଜନତା ଦଳର ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରିବା ସହିତ ଯୋଡି ଶଙ୍ଖ ବିକାଶର ପରିଚୟ, ଏଣୁ ଚଳିତ ନିର୍ବାଚନରେ ଯୋଡି ଶଙ୍ଖରେ ଭୋଟ୍‌ ଦେବାକୁ ସେ ନିବେଦନ କରିଛନ୍ତି । ରବିବାର ବିଧାୟକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ବହୁ ଦଳୀୟ ନେତା କର୍ମୀମାନେ ମଲାଡ଼, କରପଡା ଓ ରାଜପୁର ପଂଚାୟତରେ ପ୍ରଚାର କରିଛନ୍ତି । ଏହା ସହିତ ଓଡିଶାର ଜନ ନାୟକ ପାଞ୍ଚଥର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁଁ ସଂକଳ୍ପ ନେବା ସହ ଆଶୀର୍ବାଦ୍‌ ଭିକ୍ଷା କରିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିକାଶ ଧାରା ବଜାୟ ରଖିବା ସହ ଶାନ୍ତି ଶୃଙ୍ଖଳା ରହିବା ନିମନ୍ତେ ବିଜୁ ଜନତା ଦଳକୁ ସମର୍ଥନ କରନ୍ତୁ ବୋଲି ପୂର୍ବତନ ବିଧାୟକ ଶ୍ରୀ ବେହେରା କହିଥିଲେ । ଏହି ଅବସରରେ ଶତାଧିକ ଦଳୀୟ କର୍ମୀ ଓ ବିଭିନ୍ନ ଗ୍ରାମର ମହିଳା ଓ ଭଦ୍ର ବ୍ୟକ୍ତିମାନେ ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଉଛନ୍ତି । ଏହି ପ୍ରଚାର ବେଳେ ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ପ୍ରସାଦ ଜେନା, ଯୁବନେତା ଜ୍ୟୋତି ରଞ୍ଜନ ସାହୁ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌. କିଶୋର ରେଡ୍ଡୀ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଯୁବ ବିଜେଡି ଗଂଜାମ ନଗର ସଭାପତି ସୁଧୀର କୁମାର ପାଢୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାଶ, ଗଞ୍ଜାମ ବ୍ଲକ୍‌ ସଭାପତି ଇନ୍ଦ୍ରମଣି ଦଳାଇ, ଗଞ୍ଜାମ ବ୍ଲକ୍‌ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷା ନୀଳାଞ୍ଚଳ ବାରିକି, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ମଲାଡ଼ ସରପଞ୍ଚ ଟି. ଜୟନ୍ତୀ ପ୍ରମୁଖଙ୍କ ସମେତ ତିନୋଟି ପଞ୍ଚାୟତର ବହୁ ମହିଳା, ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମଲାଡ଼ ପଞ୍ଚାୟତରେ ନିର୍ବାଚନ ପ୍ରଚାର ସମୟରେ ବିଜେପି ଛାଡି ବିଜେଡିରେ ଯୋଗଦେଲେ ଛତ୍ରପୁର ବ୍ଲକ୍‌ ପୋଟଲାମପୁରର ସୁଦାମ ସାହୁ ଓ ପ୍ରତାପ ବିଶ୍ୱାଳଙ୍କ ସହ ତାଙ୍କ ସମର୍ଥକ । ସେହିପରି ଅପରାହ୍ନରେ ବିଧାୟକ ଶ୍ରୀ ବେହେରା ବିପୁଳିଙ୍ଗି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରିଥିଲେ ।

jittmm
Leave A Reply

Your email address will not be published.