ଇସ୍କନ ପ୍ରତିଷ୍ଠାତା ପ୍ରଭୁ ପାଦଙ୍କ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ୱରେ ଶ୍ରୀକୃଷ୍ଣଙ୍କ ପ୍ରଚାରକ ତଥା ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ଇସ୍କନର ପ୍ରତିଷ୍ଠାତା ଶ୍ରୀଲା ପ୍ରଭୁପାଦଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବରଗଡ଼ ସ୍ଥିତ ଇସ୍କନର ସଭ୍ୟସଭ୍ୟା ମାନେ ଶ୍ରୀକୃଷ୍ଣଙ୍କ ନାମ ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଇସ୍କନ ଶାଖା ଠାରେ ଶ୍ରୀକୃଷ୍ଣ ରାଧାଙ୍କ ପୂଜାର୍ଚ୍ଚନା ପରେ ଇସ୍କନର ପ୍ରତିଷ୍ଠାତା ଗୁରୁ ଦେବ ଶ୍ରୀଲା ପ୍ରଭୁ ପାଦଙ୍କର ପୂଜନ ଉତ୍ସବ ଅନୁଷ୍ଠିତ ହେଇଥିଲା ଏଥିରେ ଶାଖାର ପରିଚାଳକଙ୍କ ସମେତ ଶତାଧିକ ଭକ୍ତ ସାମିଲ ହୋଇଥିଲେ ।

Leave A Reply

Your email address will not be published.