oom

ସଇଁନ୍ତଲା ବ୍ଲକରେ ‘ଭାରତ ବନ୍ଦ’ର ପ୍ରଭାବ : ବନ୍ଦ ରହିଛି ଦୋକାନ ବଜ଼ାର, ସରକାରୀ ବେସରକାରୀ ସବୁ ଅଫିସ ବନ୍ଦ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ମୋଦୀ ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଆହ୍ୱାନ କ୍ରମେ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ନେତୃତ୍ୱରେ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଳିତ ହୋଇଛି । କେନ୍ଦ୍ର ସରକାର ଦ୍ବାରା ପାରିତ କୃଷି ଆଇନକୁ ପ୍ରତ୍ୟାହାର ଦାବୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ଓ ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ଭାରତ ବନ୍ଦର ପ୍ରଭାବ ସାରା ଜିଲ୍ଲାରେ ପଡିଛି । ଜିଲ୍ଲା କୃଷକ ସଙ୍ଗଠନ ତରଫରୁ ହୋଇଥିବା ବନ୍ଦ ଯୋଗୁଁ ଜିଲ୍ଲା ସଇଁନ୍ତଲା, ଟିଟିଲାଗଡ଼, ଗୁଡ଼ଭେଲା ବ୍ଲକ ଅଂଚଳରେ ଜନଜୀବନ ପ୍ରଭାବିତ ହୋଇଛି । ଆନ୍ଦୋଳନକାରୀଙ୍କ ପିକେଟିଂ ହେତୁ ଅନେକ ସ୍ଥାନରେ ଗାଡି ମଟର ଅଟକି ରହିଥିବା ବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । ସବୁ ସ୍ଥାନରେ ଦୋକାନ ବଜ଼ାର, ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ-ବେସରକାରୀ ଅଫିସସବୁ ବନ୍ଦ ରହିଛି । ଏହି ବନ୍ଦକୁ ଲୋକେ ସମର୍ଥନ କରିଥିବା ଦେଖା ଯାଇଛି । କୃଷି ଓ କୃଷକର କଲ୍ୟାଣ ପାଇଁ ମୋଦୀ ସରକାର ତୁରନ୍ତ କୃଷି ଆଇନକୁ ଫେରାଇନେବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ ହେଉଛି । ଏଥିରେ କଂଗ୍ରେସ ଦଳର ବରିଷ୍ଠ ନେତା ମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.