ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଊଦଘାଟିତ : ବରଗଡ ୟୁନାଇଟେଡ୍ ପ୍ରଥମ ସେମି ଫାଇନାଲ୍ରେ ପ୍ରବେଶ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସର ଉଦଘାଟନୀ ଖେଳରେ ବରଗଡ ୟୁନାଇଟେଡ୍ ଦଳ ଇଭିନିଙ୍ଗ୍ କ୍ଲବ୍ ଭବାନୀପାଟଣା ଦଳକୁ ୧-୦ ଗୋଲ୍ରେ ପରାସ୍ତ କରି ପ୍ରଥମ ସେମି ଫାଇନାଲକୁ ପ୍ରବେଶ କରିଛି । ଏହି ଅବସରରେ ଯୁବନେତା ଆକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ମୁଖ୍ୟ ଅତିଥି ଆଗଲପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ମହାପାତ୍ର କୁଳଦୀପ ମହାନ୍ତି ଆନୁଷ୍ଠାନିକ ଭାବେ କ୍ରୀଡା ସଂଘର ଲୋଗୋ ଉନ୍ମୋଚନ କରିଥିଲେ । ଝରଣୀପାଲି ସମିତି ସଭ୍ୟ ନରେଶ ସାହୁ, ନଅଗାଁ (ଖ) ସରପଞ୍ଚ ବୃନ୍ଦାବନ ସେଠ୍, ବଡଟିକା ସମିତି ସଭ୍ୟ ବିକ୍ରମ ନାଏକ, ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ପାତ୍ର, ଜବାହରଲାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡଟିକାର ପ୍ରଧାନ ଶିକ୍ଷକ ଦିଲୀପ କୁଅର, କ୍ରୀଡା ଶିକ୍ଷକ ଏକାଦଶୀଆ ବିଶ୍ୱାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମ୍ୟାଚ୍ କମିଶନର୍ ସୁଦୟ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ସୁଧାଂଶୁ ଶେଖର ସେଠ୍, କରୁଣାକର ପଧାନ, ସଞ୍ଜିବ ମହାରଣା ଓ ରୋଶନ୍ ଆଜିର ଖେଳକୁ ପରିଚାଳନା କରିଥିଲେ । ବରଗଡ ୟୁନାଇଟେଡ୍ ଦଳର ଖେଳାଳୀ ଶୁଭମ ବାଗ ଆଜିର ଖେଳର ଶ୍ରେଷ୍ଠ ଖେଳାଳି ଭାବେ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ହିମାଂଶୁ ଦଳପତି ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ସଂଘର ସଭାପତି ଭୁବନେଶ୍ୱର ଧରୁଆ, ଉପ ସଭାପତି ଗୋପାଳ ବିଶ୍ୱାଳ, ସଂପାଦକ ଅନିଋଦ୍ଧ ଭୋଇ,ସହ ସଂପାଦକ ମନରଞ୍ଜନ ବିଶ୍ୱାଳ, କୋଷାଧ୍ୟକ୍ଷ ରାଜୁ ପଧାନ, ସଂଯୋଜକ ପ୍ରଶନ୍ନ କୁମାର ସାହୁ ତଥା ସମସ୍ତ ସଭ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତା କାଲି ବି୍ଏଫ୍ସି କୁଚିଣ୍ଡା ଓ ଅରୁଣ ଏକାଦଶ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ ।