om academy

ସୋନପୁର ମହାବିଦ୍ୟାଳୟରେ ପ୍ରବେଶ ଉତ୍ସବ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟ ପରିସରରେ ନବାଗତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ ନୀତି ନିୟମ, ଦାୟିତ୍ଵବୋଧ, ପାରସ୍ପରିକ ସଦ୍ଭାବ ରକ୍ଷାକରି ରେଗିଙ୍ଗ ଓ ଦୁର୍ବ୍ୟବହାର କାର୍ଯ୍ୟରୁ ନିବୃତ୍ତ ରହି ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ସୁସ୍ଥ ଓ ସୁରକ୍ଷିତ ରଖିବାକୁ ଆହ୍ଵାନ ଦେଇଥିଲେ । ଏହି ସଭାରେ ଯୁକ୍ତ ଦୁଇ ଶ୍ରେଣୀର ପ୍ରଶାସନିକ ମୁଖ୍ୟ ଲେଫ୍ଟନାଣ୍ଟ ଅନନ୍ତନାରାୟଣ ଦାଶ, କଲେଜର ପ୍ରଶାସନିକ ଉପଦେଷ୍ଟା ଡଃ କଳ୍ପନା ମିଶ୍ର, ଶୈକ୍ଷିକ ଉପଦେଷ୍ଟା ବିଶ୍ଵନାଥ ମେହେର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଦେବା ସହ ନିଜ ମତବ୍ୟକ୍ତ କରିଥିଲେ । ସଭାକୁ ଡଃ ସୌରଭରଞ୍ଜନ ଖମାରୀ ପରିଚାଳନା କରିଥିବା ବେଳେ ଡଃ ଇତିଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ପ୍ରବେଶ ଉତ୍ସବକୁ ସଫଳ କରିଥିଲେ ।

Leave A Reply

Your email address will not be published.