ls

ବାତ୍ୟା ‘ନିଭାର’ ମାଡ଼ି ଆସୁଛି : ଆସନ୍ତା ୨୫ରୁ ପ୍ରବଳ ବର୍ଷିବ

sb

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାତ୍ୟା ‘ନିଭାର’ ମାଡ଼ି ଆସୁଛି । ଆସନ୍ତା ୨୫ରୁ ପ୍ରବଳ ବର୍ଷିବ । ବିଭନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍ତକ ରହିପା ପାଇଁ ସୂଚନା ଦେଲା ଏସ୍‌ଆରସି । ଭାରତ ମହାସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇ ସାରିବା ପରେ ବାତ୍ୟାରେ ପରିଣତ ହୋଇ ସାମୁଦ୍ରିକ ଝଡର ରୂପ ନେବ ବୋଲି ସମ୍ଭାବନା ରହିଛି । ଓଡିଶରେ ଏହାର ବିଶେଷ ପ୍ରଭାବ ନପଡିଲେ ମଧ୍ୟ ଓଡିଶାର ଦକ୍ଷିଣ ଓଡିଶାରେ ଆସନ୍ତା ୨୫ ତାରିଖରେ ଏବଂ ୨୬ ତାରିଖରେ ପ୍ରଭାବ ପଡ଼ିବ । ଓଡିଶାର ମଲକାନଗିରି, ରାୟଗଡା, କୋରାପୁଟ ଓ ଗଜପତ ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ଜିଲ୍ଲାପାଳଙ୍କୁ ଏସ୍‌୍‌ିଆରସ୍‌ି ତରଫରୁ ସର୍ତକ ସୂଚନା ଜାରି କରାଯାଇଛି । ଏହି ବାତ୍ୟା ସାମୁଦ୍ରିକ ଝଡ ରୂପ ନେବା ପରେ ବାତ୍ୟା ଉତ୍ତର- ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ, ପଡୁଚେରୀ ଉପକୂଳ କରାଇକାଲ୍‌ ଓ ମାଳପୁରମ୍‌କୁ ଗତି କରିବ ବୋଲି ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ଓଡିଶାର କେତେକ ଅଚଂଳରେ କୁହୁଡି ଦେଖା ଦେବା ସହ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀକୁ ଖସିପାରେ ବୋଲି କୁହାଯାଇଛି ।

pc pk
Leave A Reply

Your email address will not be published.