ଆନନ୍ଦ ଉଲ୍ଲାସର ସହ ଟିଟିଲାଗଡ଼ରେ ହେଲା ରଥଟଣା : ଭକ୍ତଙ୍କ ପ୍ରବଳ ଭିଡ଼ ଜମିଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ରଥଯାତ୍ରା ଉପଲକ୍ଷେ ଟିଟିଲାଗଡ଼ ଦଧିବାମନ ଓ ଧବଳେଶ୍ଵର ଟ୍ରଷ୍ଟ ତରଫରୁ ରୀତିନୀତି ଅନୁସାରେ ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରଥକୁ ତିନି ଠାକୁରଙ୍କୁ ସେବାୟତ ମାନେ ଘଣ୍ଟଘଣ୍ଟାର ତାଳେ ତାଳେ ପାଛୋଟି ଆଣିଥିଲେ । ପବିତ୍ର ରଥଯାତ୍ରା ଉପଲକ୍ଷେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ଜଗନ୍ନାଥ ମନ୍ଦିରକୁ ସମର୍ଥକ ମାନଙ୍କ ଆସି ଦର୍ଶନ କରିବା ସହ ରଥ ଟାଣିଥିଲେ । ସେବା କାର୍ଯ୍ୟ ଅନୁଯାୟୀ ଭୋଗ ବଣ୍ଟନ କରୁଥିବା ଲାୟନସ କ୍ଲବ ଷ୍ଟଲକୁ ଯାଇ କ୍ଳବ୍ ସଦସ୍ୟଙ୍କ ସହ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ କ୍ଷୀରି ଭୋଗ ବଣ୍ଟନ କରିଥିଲେ । ଉଭୟ କ୍ଲବର ସଦସ୍ୟ ମଧ୍ୟ, ପ୍ରତିବର୍ଷ ଭଳି ଚଳିତ ବର୍ଷ କ୍ଷମତାରେ ଥାଇ ମଧ୍ୟ ସେବା ଦେବା ପାଇଁ ଆସିଥିଲେ । ସେହିପରି ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମଧ୍ୟ ଆସି ପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଟଣା ଦେଖିଥିଲେ । ବିଭିନ୍ନ ଛକ ମାନଙ୍କରେ ଅନ୍ୟ ସଂସ୍ଥା ମାନଙ୍କ ତରଫରୁ ମଧ୍ୟ ଅନ ଭୋଗ, ଥଣ୍ଡା ପାନୀୟ, ଗଜା ଭୋଗ ବଣ୍ଟନ କରାଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଥାନାଧିକାରୀ ଅବନୀ ସାହୁ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ବହୁତ ଆନନ୍ଦର ସହ ରଥ ଟାଣିଥିଲେ ଭକ୍ତ ।

Leave A Reply

Your email address will not be published.