ଅରଜିନାଲ ପାୱାର କ୍ଲବର ଡେଡ୍‌ଲୁଫ୍‌ ଚମ୍ପିୟାନସିପ

ରାଉରକେଲା, (ସସ୍ମିତା ପ୍ରଧାନ) : ଅରିଜିନାଲ୍ ପାୱାର କ୍ଲବ୍ ସେକ୍ଟର ୭ ସ୍ଥିତ ରାଇମା କ୍ଲବ୍‌ରେ ଏକ ଡେଡ଼୍‌ଲୁଫ୍‌ ଚମ୍ପିୟାନସିପ ଆୟୋଜିତ ହୋଇଯାଇଛି । ସମାଜସେବୀ ଡି. ଆର. ପଟ୍ଟନାୟକଙ୍କ ଜନ୍ମଦିବସ ପାଳନ ଓ ତାଙ୍କୁ ସମର୍ପିତ ଏହି କାର୍ଯ୍ୟକ୍ରମରେ ୧୬୯ ଜଣ ପିଲା ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଆୟକର ବିଭାଗ ଅଧିକାରୀ ଅଜୟ କୁମାର ଉଦଘାଟନ କରିଥିଲେ । ଅପରାହ୍ନ ୩ଟାରେ ଡି.ଆର. ପଟ୍ଟନାୟକ ରାଇମା କ୍ଲବ୍‌ରେ ପହଞ୍ଚି ପିଲାମାନଙ୍କ ସହିତ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଏଥିରେ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ । ଯେଉଁଥିରେ ବିହାର ସାଂସ୍କୃତିକ ପରିଷଦର ସଭାପତି ଅରୁଣ ସିଂହ, ଉଦ୍ଧବ ସଂସ୍ଥାର ବେଦ ପ୍ରକାଶ ତିୱାରୀ, ରାଷ୍ଟ୍ରୀୟ ଜନ ଜାଗରଣ ସେବା ସଂଘର ରାଘୋ ଶର୍ମା, କଳିଙ୍ଗ ଫେଡେରେସନର ସଞ୍ଜୟ ବାବୁତା, କ୍ରୀଡ଼ାବିତ୍ ସୁମିତ ସିଂହ, ଗ୍ରାସି ଡେଭିଡ୍ ମାମ୍, ଝୁନୁ ନାୟକ, ମନୀଷ ତିୱାରୀ, ଅର୍ଜୁନ ପୁରସ୍କାର ବିଜେତା ସୁନୀଲ ପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ପିଲାଙ୍କୁ ପ୍ରମାଣପତ୍ର ଏବଂ ସ୍ମାରକୀ ପ୍ରଦାନ କରାଯାଇଥିଲା । ସୁରେଶ ଶର୍ମା ଡି.ଆର. ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ପାଇଁ ଡିଜାଇନ୍ କରିଥିଲେ । ପିଲାମାନେ ତାଙ୍କୁ ଭେଟି ବହୁତ ଉତ୍ସାହିତ ହୋଇଥିଲେ । ସେ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ଏହି କ୍ରୀଡ଼ା ଜାରି ରହିବ ଏବଂ ତୁମେ ଖେଳରେ ଆହୁରି ଭଲ ପ୍ରଦର୍ଶନ କରିବା ଉଚିତ । ରିଷି ସେବକ ତାଙ୍କୁ ଏକ ଶାଲ ଏବଂ ସ୍ମାରକୀ ପ୍ରଦାନ କରି ସମ୍ମାନିତ କରିଥିଲେ ।

Leave A Reply

Your email address will not be published.