centurian jitm

ମହଖଣ୍ଡ ସେକ୍ଟରରେ ପୋଷଣ ପକ୍ଷ ପାଳନ

nschool

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଆଇସିଡିଏସ ପକ୍ଷରୁ ମହଖଣ୍ଡ କେନ୍ଦ୍ରରେ ପୋଷଣ ପକ୍ଷ ପାଳନ କରାଯାଇଛି । ରାଜ୍ୟରେ ଗତ ୮ରୁ ୨୨ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ପାଳନ କରାଯାଉଛି । ମହଖଣ୍ଡ ସେକ୍ଟରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଡଳ ପରିଦର୍ଶିକା ସୀମା ନାଗ ଏବଂ ଡୁଲେଶ୍ୱରି ଷଡ଼ଙ୍ଗୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ୧୪ରୁ ୧୯ବର୍ଷର କିଶୋରୀ ବାଳିକା, ଗର୍ଭବତୀ, ପ୍ରସୂତୀ ମା’ ଓ ୬ବର୍ଷରୁ ୬ମାସର ଶୁଶୁଙ୍କ ମା ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ । ଏଥିରେ ପକ୍ଷ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । କିଶୋରୀ ପଟେଲ, ଯଶୋଦା ବାରିକ, ସତ୍ୟକାନ୍ତି ବେହେରା, ରଜନୀ ବାଗ , ସୁମତି ଜଗତ, ଦୀପ୍ତି ମୟୀ ଭୋଇ, ବାଳ ଦୀପ, ପଦ୍ମାଳୟା ଶବର, ଆରତୀ ବଞ୍ଛୋର୍, ରଜେଶ୍ୱରି ଗହିର, ବୈଜୟନ୍ତ ଦାସ, ସୁମିତ୍ରା ବରିହା, ବିଳାସିନୀ କୈବର୍ତ୍ତ, ଦୂଳନି ପୁଟା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.