oom

ବ୍ଲକସ୍ତରୀୟ ପୋଷଣ ପାଖୁଡା କାର୍ଯ୍ୟକ୍ରମ

jsmm

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣୀପାଲି ପଂଚାୟତ କନଫରେନ୍ସ ହଲ ଠାରେ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ବ୍ଲକସ୍ତରୀୟ ପୋଷଣ ପାଖୁଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରଣୀପାଲି ସରପଞ୍ଚ ସୁନିତା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଙ୍ଗନବାଡି ସୁପର ଭାଇଜର ପ୍ରଫୁଲ୍ଲ ଦୋରା, ପଦ୍ମିନୀ ପାତ୍ର, ଦୁଲାରୀ ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଭରସୁଜା ଓ ବଡ଼ଟିକା କ୍ଲଷ୍ଟରର ସମସ୍ତ ଅଙ୍ଗନବାଡି କର୍ମୀ, କିଶୋରୀ ତଥା ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ)ର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । ପୋଷଣର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହିତ ଅଞ୍ଚଳରେ ଯେପରି କେହି ଅପପୁଷ୍ଟିର ଶିକାର ନ ହେବେ ସେ ଉପରେ ସମସ୍ତେ ମତାମତ ଉପସ୍ଥାପନ କରିଥିଲେ । ପନିପରିବା ଓ ମିଲେଟରେ ବିଭିନ୍ନ ପୋଷଣର ପଞ୍ଚତତ୍ତ୍ଵ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ସ୍ୱେଚ୍ଛାସେବୀ ତଥା ଯୋଗଗୁରୁ ଅନିରୁଦ୍ଧ ପଧାନ ଓ ରଶ୍ମିରେଖା ସାହୁଙ୍କୁ ଶ୍ରେଷ୍ଠ କର୍ମୀ ଭାବେ ସମ୍ମାନିତ କରାଯାଇଥିଲା । ପରିଶେଷରେ ବିକାଶ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.