ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ : ୧୩ ମାଓବାଦୀ ନିହତ

ମୁମ୍ବାଇ : ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଖବର ମଳିଛି । ମହାରାଷ୍ଟ୍ର ପୁଲିସର ସି-୬୦ ୟୁନିଟ୍‌ ଏବଂ ମାଓବାଦୀଙ୍କ ମଧ୍ୟରେ ଗଡ଼ଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି । ଏଥିରେ ୧୩ ମାଓବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କସାନପୁର ଦଲମର କିଛି ମାଓ କ୍ୟାଡର୍ କେନ୍ଦୁ ପତ୍ର ନିଲାମକୁ ନେଇ ଗ୍ରାମବାସୀଙ୍କ ସହ ବୈଠକ କରୁଥିଲେ । ଏହି ସମୟରେ ପୁଲିସ ଓ ଯବାନଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା ଏହା ପରେ ପୁଲିସ ପକ୍ଷରୁ ଉକ୍ତ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା । ଅଭିଯାନ ସମୟରେ ପୁଲିସ ଏବଂ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ଘଟିଥିଲା । ପୁଲିସ ଘଟଣାସ୍ଥଳରୁ ୧୩ ମାଓବାଦୀଙ୍କ ମୃତଦେହ ଜବତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.