oom

୯ ଜଣ ଡକାୟତଙ୍କୁ ଧରିବାରେ ସଫଳତା ପାଇଲା ସିନ୍ଧେକେଲା ପୋଲିସ

jsmm

ଟିଟିଲାଗଡ଼ / ସିନ୍ଧେକେଲା, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ରାସ୍ତାରେ ବିଳମ୍ବିତ ରାତିରେ ଯାତାୟତ କରୁଥିବା ଯାତାୟତ କାରୀଙ୍କୁ ରାସ୍ତାରେ ଅଟକାଇ ଡକାୟତି କରୁଥିବା ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ସିନ୍ଧେକେଲା ପୋଲିସ । ପ୍ରାପ୍ତ ସୂଚନା ଅନୁସାରେ ସୋମବାର ରାତିରେ ନୂଆପଡା ଜିଲ୍ଲା ତୁକଲା ଗ୍ରାମର ଅଭିନାଷ ଜଗତ ଓ ଦୈତ ମଲ୍ଲିକ ଟ୍ରେନ୍‌ ଯୋଗେ ଟିଟିଲାଗଡ଼ ଆସି ଟିଟିଲାଗଡ଼ରୁ ବାଇକ୍‌ରେ ନିଜ ଗାଁ ତୁକଲା ଫେରୁଥିବା ବେଳେ ତାଙ୍କୁ ଡିଆଟନ୍‌ ପୋଲ ପାଖରେ ଥିବା ବୁଲାଣି ନିକଟରେ କିଛି ଯୁବକ ସେମାନଙ୍କୁ ଅଟକାଇ ମାରପିଟ୍ କରିବା ସହ ମୋବାଇଲ୍, ଟଙ୍କା ଓ ସୁନାଚେନ୍‌ ଲୁଟି ନେଇଥିଲେ । କିଛି ସମୟପରେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଗ୍ରାମର ପ୍ରେମ ପ୍ରକାଶ ସେନାପତି ଓ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଅଟକାଇ ଲୁଟ୍ କରିଥିଲେ । ଖବର ପାଇ ସିନ୍ଧେକେଲା ପୋଲିସ ଏହି ଡକାୟତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ତେବେ ଏମାନେ ପଥର୍ଲା ଗ୍ରାମର ଏକ ଷ୍ଟଲ୍ ସାମ୍ନାରେ ନିଜ ନିଜ ବାଇକ୍ ମାନଙ୍କୁ ରଖି ଷ୍ଟଲ୍‌ର ସଟର ବନ୍ଦ କରି ଭିତରେ ଲୁଚି ଥିଲେ । ପୋଲିସ ବାହାରେ ଥିବା ବାଇକ୍‌କୁ ଦେଖି ସନ୍ଦେହ କରି ସଟର ଖୋଲି ସେମାନଙ୍କୁ ଧରିଥିବା ଖବର ମିଳିଛି । ଧରାପଡ଼ିଥିବା ୯ ଜଣ ଡକାୟତ ମାନଙ୍କ ମଧ୍ୟରେ ଦୁଇଜଣ କମ୍ ବୟସର ପିଲା ଥିବାବେଳେ ପଥର୍ଲା ଗ୍ରାମର ମଞ୍ଜିନ୍ଦ୍ର ସୁନା(୨୪), ଦୋରଲୋ ଗ୍ରାମର ଦେବାଶିଷ ସାଗର(୨୩), ଟିଟିଲାଗଡ଼ ଡିଏଭି କଲେଜ ଛକର ବାବୁଲ ଖର୍ସେଲ(୧୯), ଭାଟିପଡାର ଜ୍ୟୋତି ପ୍ରକାଶ ବାଗ(୨୦), ଭାଟିପଡାର ରୋହିତ ଖର୍ସେଲ (୧୮), ଭାଟିପଡାର ବିକାଶ ଖର୍ସେଲ (୨୦), ପଥର୍ଲା ଗ୍ରାମର ରାଜୁ ରଣା ପ୍ରମୁଖଙ୍କୁ ଧରି ସିନ୍ଧେକେଲା ପୋଲିସ ଥାନା କେସ୍‌ ନମ୍ବର ୧୯୮ ରୁଜୁ କରିବା ସହ ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.