
ଭୁବନେଶ୍ୱର : ଗୁଜରାଟ ପରେ ଭୁବନେଶ୍ୱର ଟ୍ରାଫିକ ପୋଲିସ ମୁଣ୍ଡରେ ଏସି ହେଲମେଟ୍ । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ସହ ଟାଣଖରା ସମୟରେ କିଭଳି ଟ୍ରାଫିକ ପୋଲିସ ତାଙ୍କର ଡ୍ୟୁଟି କରିପାରିବେ, ସେନେଇ କମିଶନରେଟ ପୋଲିସ ମଧ୍ୟ ଆପଣାଇଛି ଏହି ଅଭିନବ ଫଣ୍ଡା । ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଦ୍ୱାରା ଆଜି ପ୍ରଦାନ କରାଯାଇଛି ଏହି ଏସି ହେଲମେଟ୍ । ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଏସି ହେଲମେଟ୍ ପ୍ରଦାନ କରିଛନ୍ତି ପୋଲିସ କମିଶନର । ଏହି ଏସି ହେଲମେଟ୍ ବ୍ୟାଟେରୀ ଦ୍ୱାରା ଚାର୍ଜ ହେବ । ଥରେ ଚାର୍ଜ କଲେ ୮ ଘଣ୍ଟା ପର୍ଯ୍ୟନ୍ତ ହେଲମେଟ୍ ମଧ୍ୟରେ ଏସି କାମ କରିବ । ଏହା ଶରୀରର ତାପମାତ୍ରାକୁ ଥଣ୍ତା ରଖିବାରେ ସାହାଯ୍ୟ କରେ । ତେବେ ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ଗୁଜରାଟ ଟ୍ରାଫିକ୍ ପୋଲିସ୍ଙ୍କ ପାଇଁ ଆପଣାଇଥିଲା ଏସି ହେଲମେଟ୍ର ବ୍ୟବସ୍ଥା । ଗୁଜରାଟ ପରେ ଏବେ ଭୁବନେଶ୍ୱରରେ ମଧ୍ୟ ଟ୍ରାଫିକ୍ ପୋଲିସ୍ ଏଐସି ହେଲମେଟ୍ ପିନ୍ଧି ଡ୍ୟୁଟି କରିବେ ।