oom

ଆଗଲପୁରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅଞ୍ଚଳରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାପାଇଁ ସମ୍ବେଦନଶୀଳ ବୁଥ ମାନଙ୍କରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆଗଲପୁର ଓ ଡୁଡୁକା ଗ୍ରାମରେ ଫ୍ଲାଗ୍‌ମାର୍ଚ୍ଚ ହୋଇଯାଇଛି । ଉକ୍ତ ଫ୍ଲାଗମାର୍ଚ୍ଚରେ ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ, ନାରାୟଣ ସାଙ୍କ ସହ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିବାବେଳେ ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ସାଲେଭଟା ପୋଲିସ ସହ ଲୋଇସିଂହା ଆଇଆଇସି ଯାଜ୍ଞସେନୀ ନାଏକ, ସିଆର୍‌ପିଏଫ୍‌ ଫୋର୍ସ ସାମିଲ ଥିଲେ ।

jittmm
Leave A Reply

Your email address will not be published.