centurian jitm

ଜାଲ ନୋଟ୍ କାରବାରରେ ଦୁଇ ଜଣଙ୍କୁ ଗିରଫ କଲା ଟିଟିଲାଗଡ଼ ପୋଲିସ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୋଲିସକୁ ମିଳିଲା ବଡ଼ ସଫଳତା । ନକଲି ନୋଟ୍ କାରବାରରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟିଟିଲାଗଡ଼ ପୋଲିସ । ସୂଚନା ଯୋଗ୍ୟ ଯେ, ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରି ବଲାଙ୍ଗିର ସିକେର୍‌ ରାସ୍ତାରେ ଦୁଇ ଅଭିଯୁକ୍ତଏକ ବ୍ୟାଗ ଧରି ଯାଉଥିବା ବେଳେ ପୋଲିସ ତାଙ୍କୁ ଧରିବା ସହ ତାଙ୍କ ଠାରୁ ୪୯ ହଜାର ଟଙ୍କା ଜାଲ ନୋଟ୍ ଜବତ କରିଥିବା ବେଳେ ତାଙ୍କ ନିକଟରୁ ଏକ କଳା ପେପର ମଧ୍ୟ ଜବତ ହୋଇଛି ଯାହାକି ତାକୁ ପାଣିରେ ବୁଡ଼ାଇଲେ ନୋଟ୍ ବାହାରୁଛି ବୋଲି ଲୋକଙ୍କୁ କହୁଥିଲେ । ଗିରଫ ଦୁଇ ଅଭିଯୂକ୍ତ ହେଲ ଟିଟିଲାଗଡ଼ ସହରର ମହମ୍ମଦ ସବିର ଓ ସିକେର ଗ୍ରାମର ନେତ୍ର ରାଉତ । ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପୀଓ ଯଶୋବନ୍ତ ନାରାୟଣ ପ୍ରଧାନ ଓ ଥାନାଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି । ଏହି ଚଢାଉରେ ଭୁବନେଶ୍ଵର ଏସ୍‌ଟିଏଫ୍ ଷ୍ଟାଫ୍ ଏବଂ ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍‌ଆଇ କିରଣ ଜାନି, ପ୍ରଦୀପ ଦୁରିଆ, ଏଏସ୍‌ଆଇ ଅହଲ୍ୟା ସୁନାନି ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.