ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କଂସାପଲା ଗ୍ରାମର ଜୟନ୍ତ ବନଗୁଲା (ମଣ୍ଟୁ) (୩୬) ଆଜି ସକାଳେ ନିଜ ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ଫୁଲ ତୋଳିବା ପାଇଁ ପାଣି ଭିତରକୁ ପଶିଥିଲେ । ପୋଖରୀ ବହୁତ ଗଭୀର ଥିବାରୁ ପାଣି ଭିତରୁ ବାହାରକୁ ବାହାରି ପାରି ନଥିଲେ । ଗାଧୋଇବା ପାଇଁ ଆସିଥିବା କିଛି ସ୍ଥାନୀୟ ଯୁବକ ତାଙ୍କ ଘର ଲୋକଙ୍କୁ ଖବର କରିଥିଲେ । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଜୟନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ପୋଲିସ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା ୟୁଡି କେସ୍‌ ନଂ ୧୩/୨୦୨୪ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.