ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ତଥା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ନବ ନିର୍ବାଚିତ ସାଧାରଣ ସଂପାଦକ ସ୍ଥାନୀୟ ଟିକ୍ରାପଡା ନିବାସୀ ଶିଶିରକାନ୍ତ ଶତପଥୀଙ୍କ ବାପା ବାଙ୍କନିଧି ଶତପଥୀ(୮୦)ଙ୍କ ଗତ ବିଳମ୍ବିତ ରାତ୍ରୀରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ଆକସ୍ମିକ ହୃଦ୍‌ଘାତ ଯୋଗୁଁ ବୁର୍ଲା ମେଡିକାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ସେ ଜଣେ ମେଳାପୀ, ପରୋପକାରୀ ବ୍ୟକ୍ତି ଭାବରେ ସହରରେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ଦେହାନ୍ତରେ ସାରା ସହରରେ ଶୋକର ଛାୟା ଖେଳିଯାଇଛି । ଆଜି ସକାଳୁ ସ୍ଥାନୀୟ ବିଭୁତିପଡା ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ଚାଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!