ଦେଓଗାଁ ଜିଆରଏସଙ୍କ ପିତୃ ବି‌ୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଅଶୋକ ସାହୁଙ୍କ ପିତା ଦ୍ୱାରୁ ସାହୁ(୮୪)ଙ୍କ ରବି‌ବାର ଭୋର ୬ଟା ସମୟରେ ଦେଓଗାଁ କଛାରପାଲି ସ୍ଥିତ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ସେ ବଲାଙ୍ଗିର ମ୍ୟୁନସିପାଲଟିରେ ଚାକିରି କରି ଅବସର ନେଇଥିଲେ । ସେ ଜଣେ ଅତି ଭଦ୍ର, ସେବା ଓ ପରୋପକାରୀ ବ୍ୟକ୍ତି ଭାବେ ବେଶ ଜଣାଶୁଣା ଥିଲେ । ମୃତ୍ୟୁ ସମୟରେ ପତ୍ନୀ କମଳା ସହ ୩ପୁଅ ପ୍ରଭାତ, ଅଶୋକ, ନିତୋଷ, ତିନି ବଧୂ ଏବଂ ଜ୍ୱାଇଁ ଭିଷ୍ମ ସହ ନାତି ନାତୁଣୀ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁରେ ଶୋକର ଛାୟା ଖେଳି ଯାଇଥିଲା । ୧୨ଟା ସମୟରେ ସୋନଗଡ଼ ନଦୀରେ ଶେଷକୃତ୍ୟ କରାଯାଇଥିଲା । ଶବାଧାରରେ ବିଭିନ୍ନ ବର୍ଗର ଶତାଧୀକ ଲୋକ ଯୋଗ ଦେଇଥିଲେ । ଜ୍ୟେ‌ଷ୍ଠ ପୁଅ ପ୍ରଭାତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.