ଟିଟିଲାଗଡ, (ସଂଜୟ କୁମାର ନାୟକ) : ଟିଟିଲାଗଡ ବ୍କକ୍ ଅନ୍ତର୍ଗତ ବାଞ୍ଝିପଦର ପଞ୍ଚାୟତର ମାଥନପଲା ଗ୍ରାମର ୧୫ ବର୍ଷର ଜଣେ କନ୍ୟା ଫେବୃଆରୀ ୬ ତାରିଖ ସକାଳ ନ’ଟା ସମୟରେ ଘରୁ ସାଇକେଲ ଧରି ବିଜେପୁର ହାଇସ୍କୁଲକୁ ପାଠ ପଢିବାକୁ ଯାଇ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ସ୍କୁଲ ତଥା ଆଖପାଖ ଅଞ୍ଚଳକୁ ଯାଇ ଖୋଜାଖୋଜି କରି ପାଇଲେ ନାହିିଁ ପିତାମାତା, ପରିବାର ପରିଜନ । ଏହାପରେ ଟିଟିଲାଗଡ ଥାନାରେ ଆସି ଝିଅ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ନିଖୋଜ କନ୍ୟାଙ୍କ ବାପା । ସାତ ଦିନ ହେଲା ଝିଅ ନିଖୋଜ ହୋଇଗଲେଣି, ଏ ବିଷୟରେ ଆଜି ପର୍ଯ୍ୟନ୍ତ ପୋଲିସ କିଛି ସନ୍ଧାନ ପାଇ ପାରୁ ନଥିବା ଯୋଗୁଁ ଏବେ ଚିନ୍ତାରେ ପରିବାର ବର୍ଗ ।