ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ରେ ୫୦୩ ଗ୍ରାମପଞ୍ଚାୟତସ୍ତରରେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରାପ୍ୟ ଅତ୍ୟନ୍ତ ନିମ୍ନସ୍ତରର ରାଶି ଅଟେ । ଯାହାକି ପଞ୍ଚାୟତ ଅଫିସରେ କାମ କରି ବର୍ଷ ବର୍ଷ ସଂଖ୍ୟାରେ ଦିନ ବିତି ଯାଇ ଆସିଥିବା ବେଳେ ସରକାରଙ୍କ କର୍ଣ୍ଣ ଡେରି ହେତୁ ଗଞ୍ଜାମ ଜିଲ୍ଲାର ଏହି ବର୍ଗର କର୍ମଚାରୀଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଆଜି ସେମାନଙ୍କ ଜୀବିକା ଅତ୍ୟନ୍ତ ଶୋଚନୀୟ ଆଡ଼କୁ ଗତି କରିଛି । ସେମାନଙ୍କୁ ମାସିକ ପ୍ରାପ୍ୟ ହିସାବରେ ୩ଶହ ଟଙ୍କାରୁ ୭ଶହ ଅବା ୧୨ଶହ ଟଙ୍କା ପର୍ଯ୍ୟନ୍ତ ପଞ୍ଚାୟତର ସ୍ଥିତିକୁ ଭିତ୍ତିକରି ଦିଆଯାଇଛି । ପ୍ରକାଶ ଥାଉକି, ଓଡିଶା ଗ୍ରାମ ପଞ୍ଚାୟତସ୍ତରୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗଞ୍ଜାମ ଜିଲ୍ଲା ସଂଘ ପକ୍ଷରୁ ପାରିଶ୍ରମିକ ପ୍ରାପ୍ୟ ରାଶି ବୃଦ୍ଧି କରିବା ନିମନ୍ତେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ପିଅନ, ଝାଡୁଦାର ଓ ରାତ୍ର ଜଗୁଆଳି ଭାବେ ବହୁତ ବର୍ଷରୁ କାର୍ଯ୍ୟକରିଆସୁଛନ୍ତି । ସ୍ୱଳ୍ପ ପାରିଶ୍ରମିକରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଖୁବ୍ କଷ୍ଟକର ହେଉଅଛି ବୋଲି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଛନ୍ତି । ଓଡିଶା ସରକାରଙ୍କଠାରେ ଗୁହାରୀ କରିବା ପୂର୍ବକ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉକ୍ତ ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିଶ୍ଚିତ ରୂପେ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବୀ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରଶାସନ ଆଗରେ ଚେତାବନୀ ଦେଇଛନ୍ତି ।
Prev Post