ବିଧବା ଭତ୍ତା ଅପେକ୍ଷାରେ ୭୦ ବର୍ଷିୟା ବୃଦ୍ଧା ଫୁଲମତୀ ମାଝୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ମାଲପଡା ଗାଁରେ ରୁହନ୍ତି ୭୦ ବର୍ଷିୟା ବୃଦ୍ଧା ଫୁଲମତୀ ମାଝୀ । ଦେହରେ ବଳ ନାହିଁ, ବାଡି ଧରି ଚଲାବୁଲା କରନ୍ତି । କାନକୁ କୈାଣସି କଥା ଶୁଭୁ ନାହିଁ । ଅତି ଦୟନୀୟ ଅବସ୍ଥାରେ ଜୀବିକା ନିର୍ବାହ କରୁଛନ୍ତି । ସ୍ବାମୀ ବହୁ ବର୍ଷ ଆଗରୁ ଇହଲୀଳା ତ୍ୟାଗ କରିଛନ୍ତି । ନିଜର ଅଜ୍ଞାନତା ଯୋଗୁଁ ସେ ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର କରି ପାରିନାହାନ୍ତି । ଆଧାର କାର୍ଡରେ ତାଙ୍କର ବୟସ ୭୪ ଭୋଟର କାର୍ଡରେ ୫୮ । ତଥାପି ତାଙ୍କୁ ଏପର୍ୟ୍ୟନ୍ତ କୋୖଣସି ଭତ୍ତା ମିଳି ପାରିନାହିଁ । ବାରମ୍ବାର ମେମ୍ବର, ସରପଞ୍ଚ, ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ପ୍ରକାର ସହାୟତା ଏପର୍ୟ୍ୟନ୍ତ ମିଳି ପାରିନାହିଁ । ସତେ ଯେମିତି ପ୍ରଶାସନ ତାଙ୍କ ପ୍ରତି ଅତି ନିଷ୍ଠୁର ହୋଇଯାଇଛି । ଫୁଲମତୀ ମାଝୀଙ୍କ ପରି ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରି ଅଯୋଗ୍ୟ ଲୋକଙ୍କୁ ସରକାରୀ ସହାୟତା ମିଳୁଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରୁଛନ୍ତି । ଏଣୁ ଯଥାଶୀଘ୍ର ଏହି ମା’ଙ୍କ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.