ମହାତ୍ମା ଗାନ୍ଧୀଙ୍କ ଉଦବୋଧନର ଫଟୋଚିତ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆଗମନ କରିବା ଅବସରରେ କଟକ କାଠଯୋଡି ନଦୀ ପଠାରେ ଅନୁଷ୍ଠିତ ସାଧାରଣ ସଭାରେ ମହାତ୍ମା ଗାନ୍ଧୀଙ୍କ ଉଦବୋଧନର ଫଟୋଚିତ୍ର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ କରାଯାଇଛି । ଏହି ଫଟୋଚିତ୍ରରେ ମହାତ୍ମା ଗାନ୍ଧୀଙ୍କ ନିକଟରେ ଉପସ୍ଥିତ ଅଛନ୍ତି କସ୍ତୁରବା ବାଇ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.