
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସୁଦପଡ଼ାରେ ଆଜି ଅପରାହ୍ନ ୪ଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଦପଡ଼ା ନିବାସୀ ଏସ୍. କେ. ଫରିଦ୍ ଇସ୍ଲାମ୍ ନାମକ ଜଣେ ବ୍ୟକ୍ତି ନିଜ ଘର ସାମ୍ନାରେ ନିଜ ସିଡ଼ି ଡିଲକ୍ସ ହିରୋହୋଣ୍ଡା ବାଇକ୍ ରଖି ଘର ଭିତରେ ଥିଲେ । ଏତିକି ବେଳେ କେହି ଜଣେ ଦୁର୍ବୃତ୍ତ ଆସି ବାଇକ୍ରେ ନିଆଁ ଲଗାଇ ଫେରାର୍ ହୋଇଯାଇଥିଲା । ଫରିଦ୍ ଆସି ଦେଖିବା ବେଳକୁ ବାଇକ୍ ସଂପୂର୍ଣ୍ଣ ଜଳି ଯାଇଥିଲା । ତେବେ ଏ ସଂକ୍ରାନ୍ତରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଫରିଦ୍ ଇସ୍ଲାମ୍ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ବାଇକ୍ ମାଲିକ ଫରିଦ୍ ଆହୁରି କହିଛନ୍ତି ଯେ, କେହି ଜଣେ ଦୁର୍ବୃତ୍ତ ଆସି ତାଙ୍କ ବାଇକ୍ରେ ନିଆଁ ଲଗାଇ ଫେରାର୍ ମାରିଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି ।