shyamal

ବର ଆସିବା ଦିନକ ଆଗରୁ କନ୍ୟା ଫେରାର୍‌

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା:ପ: ଅନ୍ତର୍ଗତ ଦାବରୀ ଗ୍ରାମରେ ଗତ ୧୧ ତାରିଖ ଦିନ ବର ପହଞ୍ଚି ଶୁଣିବାକୁ ପାଇଲା ଯେ କନ୍ୟା ବିବାହ ହେବା ଦିନକ ଆଗରୁ କେଉଁ ଫେରାର୍ ହୋଇଯାଇଛି । ଏହାପରେ କନ୍ୟା ଘର କନ୍ୟାର ଛୋଟ ଭଉଣୀ ନାବାଳିକାକୁ ବିବାହ ଦେବାକୁ ସ୍ଥିରିକୃତ କଲେ । ଏ ସମୟରେ ନାବାଳିକାକୁ ହଳଦୀ ଦେହରେ ଲଗାଇବା ସମୟରେ ନାବାଳିକା ମୂର୍ଚ୍ଛିତ ହୋଇଯାଇଥିବା ଲୋକ ଲୋଚନକୁ ଆସିଥିଲା । କିଛି ସମୟ ପରେ କଣ୍ଟାବାଞ୍ଜି ପୋଲିସ୍ ଆଇଆଇସି ସତ୍ୟଜିତ କଣ୍‌ଣ୍ଡଲକେଲ, ଏସ୍ଆଇ ପ୍ରଦୀପ ଗୁରିଆ, ଏଏସ୍ଆଇ ହୀରା ଖାଲକୋ ଏବଂ ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ଟାକ୍ସ ଫୋର୍ସ ସଦଶ୍ୟ ଡ.ସଞ୍ଜୟ ମିଶ୍ର କନ୍ୟା ଘରକୁ ପହଞ୍ଚି ପରିବାର ସଦସ୍ୟ ମାନଙ୍କୁ ବୁଝାସୁଝା କରି ନାବାଳିକାର ଆଧାର କାର୍ଡ, ଭୋଟର୍ କାର୍ଡ ଚେକ୍ କରି ବିବାହ ଅଟକ ରଖିଲେ । ଶନିବାର ସକାଳ ସମୟେ ଡିସିପିଓ ଅରୁଣ ଖୁଆସ ଓ ଆଇସିଡିଏସ୍ ସେକ୍ଟର ସୁପରଭାଇଜର ମଧ୍ୟ ଦାବରୀ ଗାଁକୁ ପହଞ୍ଚି ଉକ୍ତ ବିଷୟ ପ୍ରତି ତଦନ୍ତ ଜାରି ରଖିଥିବା ଜନସାଧାରଣ କହିଛ‌ନ୍ତି ।

purusottam
Leave A Reply

Your email address will not be published.