ଜାତୀୟ ଫାଟୁଆ ରୋଗ ସଂସ୍ଥାନ ତରଫରୁ ଫାଟୁଆ ରୋଗ ନିରାକରଣ ଓ ନିତ୍ୟ ବ୍ୟବହାର ସାମଗ୍ରୀ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଟଣୀ ଅରଗୁଳ ସ୍ଥିତ ଜାତୀୟ ଫାଟୁଆ ରୋଗ ସଂସ୍ଥାନ ତଥା ଅନ୍ତରାଷ୍ଟ୍ରୀୟ ଫାଟୁଆ ରୋଗ କେନ୍ଦ୍ର ତରଫରୁ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଘନିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁସୂଚିତ ଜାତିର ହିତାଧିକାରୀମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯିବା ସହିତ ଫାଟୁଆ ରୋଗ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଘନିପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରତିମା ପାତ୍ର, ପଞ୍ଚାୟତର ଯୁବସମାଜ ସେବୀ ଶ୍ରୀନିବାସ ପାତ୍ର, ୱାଡ଼ ସଭ୍ୟା ସ୍ୱର୍ଣ୍ଣଲତା ନାୟକ, ତିଳୋତ୍ତମା ବେହେରା, ୱାର୍ଡ ସଭ୍ୟ ଓସିତ୍ ମହମ୍ମଦ ଯୋଗ ଦେଇଥିଲେ । ଅନ୍ତରାଷ୍ଟ୍ରୀୟ ଫାଟୁଆ ରୋଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ମନୋରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫାଟୁଆ ରୋଗ ନିରାକରଣ ଉପରେ ପଞ୍ଚାୟତବାସୀଙ୍କୁ ସଚେତନତା କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩୭ ଜଣ ଅନୁସୂଚିତ ଜାତିର ହିତାଧିକାରୀମାନଙ୍କୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ପାଇଁ ସରପଞ୍ଚ ଶ୍ରୀମତୀ ପ୍ରତିମା ପାତ୍ର ଅନ୍ତରାଷ୍ଟ୍ରୀୟ ଫାଟୁଆ ରୋଗ କେନ୍ଦ୍ରକୁ ଧନ୍ୟବାଦ୍ ଦେବା ସହିତ ଆଗକୁ ଏହି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅଧିକରୁ ଅଧିକ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.