ଫସଲ ବିବିଧିକରଣ ଯୋଜନାରେ ରୋଷେଇ ପ୍ରତିଯୋଗିତା

ତରଭା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଫସଲ ବିବିଧିକରଣ ଯୋଜନାରେ ତରଭା ବ୍ଲକ ଅନ୍ତର୍ଗତ ବଡଭଇଁରୋଠାରେ ସହଯୋଗୀ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଏକ ରୋଷେଇ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଅଣ ଧାନ ଫସଲର ବ୍ୟବହାରିକ ଉପଯୋଗୀତାକୁ ନେଇ ହୋଇଥିବା ଏହି ରୋଷେଇ ପ୍ରତିଯୋଗିତାକୁ ବିଭୂତି ଭୂଷଣ ମିଶ୍ର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୋନପୁର, ହୃଷୀକେଶ ଶତପଥୀ ଅତିରିକ୍ତ ନିର୍ଦ୍ଧେଶକ ଉଦ୍ୟାନ କୃଷି ସୋନପୁର, ଦିଲରାଜ ମହାଳିକ ଜିଲ୍ଲା କୃଷି ଅଧିକାରୀ ସୋନପୁର, ଜିଲ୍ଲା ପ୍ରବନ୍ଧକ ପଞ୍ଚାନନ ପଶାୟତ, ସୁଶ୍ରୀ ସ୍ମିତା ପଣ୍ଡା ବ୍ଲକ କୃଷି ଅଧିକାରୀ ତରଭା, ସୁଶ୍ରୀ ଲିପ୍‌ସା ତ୍ରିପାଠୀ ଅତିରିକ୍ତ କୃଷି ଅଧିକାରୀ ତରଭା, ସ୍ଵସ୍ତିକ ହୋତା ସ୍କିମ୍ ଅଫିସର, ସେଲଗା ଟୁଡୁ ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ତରଭା ପ୍ରମୁଖ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ମହାଶକ୍ତି ଫାଉଣ୍ଡେସନର ସମ୍ପାଦିକା ସୁଶ୍ରୀ ରୋଜାଲିନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବଡଭଇଁରୋ ଗ୍ରାମ ପଞ୍ଚାୟତର ୧୨ଟି ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟା ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରି ପ୍ରମାଣପତ୍ର ସହିତ ପୁରସ୍କାର ଗ୍ରହଣ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ମିଶ୍ର ଏପରି ଅଣ ଧାନ ଫସଲର ବ୍ୟବହାରିକ ଉପଯୋଗୀତା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

Leave A Reply

Your email address will not be published.