oom

ଏଲ୍ଲାମା ମନ୍ଦିରରେ ଫଗୁଣ ନବମୀ ଯାତ୍ରା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏଲ୍ଲାମା ଠାକୁରାଣୀ ମନ୍ଦିରରେ ଫଗୁଣ ନବମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ବଢି ଭୋର ସମୟରୁ ଠାକୁରାଣୀଙ୍କ ସେବକ ଦାୟିତ୍ୱରେ ପୁରାତନ କାଳରୁ ରହିଥିବା ଜେନା ବଂଶ ସେବାୟତମାନଙ୍କ ଦ୍ଵାରା ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା ଏବଂ ଅପରାହ୍ନ ସମୟରେ ଝାମି ଯାତ୍ରାରେ ମୁଖ୍ୟ ପୂଜକ ଡହ ଡହ ନିଆଁରେ ଚାଲିବା ପରେ ଶ୍ରଦ୍ଧାଳୁମାନେ ଖାଲି ପାଦରେ ଚାଲିବା ମୁଖ୍ୟ ଆକର୍ଷଣ ରହିଥିଲା । ଯାତ୍ରା ଅବସରରେ ଜେନା ବଂଶଜମାନେ ମନ୍ଦିର ପରିସରରେ ବାଦ୍ୟ ବାଜଣାର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ ଓ ଖଣ୍ଡାରେ ଶରୀରକୁ ଆଘାତ କରିବା ଦୃଶ୍ୟ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥିବା ଲକ୍ଷ କରାଯାଇଥିଲା ।ଦିନ ତମାମ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିବା ସହ ମନ୍ଦିର ପରିସରରେ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ରୋଷେଇ କରାଯାଇ ସମର୍ପଣ କାରାଉଥିବା ଦେଖିବାକୁ ମିଳିଥିଲା । ସାଧାରଣତଃ ତେଲୁଗୁ ସମ୍ପ୍ରଦାୟର ଶ୍ରଦ୍ଧାଳୁଙ୍କ ବହୁ ସଂଖ୍ୟାରେ ଭିଡ଼ ଦେଖିବାକୁ ମିଳିଥିଲା । ଜେନା ବଂଶ ପକ୍ଷରୁ ମନ୍ଦିର ମୁଖ୍ୟ ପୂଜକ ତ୍ରିନାଥ ଜେନା, ଗୋପୀନାଥ ଜେନା, ହରପ୍ରସାଦ ଜେନା, ପ୍ରଫୁଲ୍ଲ ଜେନା, ସନ୍ତୋଷ ଜେନା, ରାଜା ଜେନା ପ୍ରମୁଖ୍ୟ ପରିଚାଳନା କରିଥିବା ବେଳେ ସୁକୁ ଦାସ, କନ୍ଧ ପାଢ଼ୀ, ବିଭୁ ପ୍ରସାଦ ମହାଙ୍କୁଡ଼ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.