om academy

ପିଜି ନାମଲେଖା ପ୍ରକ୍ରିୟା : ସରିଲା ମାର୍କ ଅପଡେଟ୍‌, ୫ରେ ମେଧା ତାଲିକା

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି)ରେ ନାମଲେଖା ପ୍ରକ୍ରିୟା ଜାରି ରହିଛି । ରବିବାର ଦିନ ଛାତ୍ରଛାତ୍ରୀମାନେ ସାମ୍ସରେ ସେମାନଙ୍କ ଯୁକ୍ତ ତିନି ମାର୍କ ଅପଡେଟ୍‌ କରିଛନ୍ତି । ଅପଡେଟ୍‌ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତା ୫ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।ଯୋଗ୍ୟ ପ୍ରାର୍ଥୀମାନେ ସେପ୍ଟେମ୍ବର ୫ରୁ ୧୧ ପର୍ୟ୍ୟନ୍ତ ଚଏସ୍‌ ଫିଲିଂ କରିବେ । ୧୫ ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ । ଏହାପରେ ୧୬ ଓ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ସେପ୍ଟେମ୍ବର ୨୩ ତାରିଖ ମଧ୍ୟାହ୍ନ ପରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ । ତା’ପର ଦୁଇଦିନ ୨୪ ଓ ୨୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ୨୯ ତାରିଖରେ ସାମ୍ସ ୱେବସାଇଟ୍‌ରେ ବଳକା ସିଟ୍‌ ଗୁଡ଼ିକର ତାଲିକା ପ୍ରକାଶ ପାଇବ । ଏଥିରେ ନାମଲେଖିବା ପାଇଁ ଅକ୍ଟୋବର ୧୦ରେ ସ୍ପଟ୍‌ ସିଟ୍‌ର ତାଲିକା ବାହାରିବ ।

Leave A Reply

Your email address will not be published.