ପୌର ନିର୍ବାଚନ ପାଇଁ ତୁଷୁରା ଏନ୍‌ଏସି ପକ୍ଷରୁ ପ୍ରାଥମିକ ଭୋଟର ତାଲିକା ପ୍ରକାଶିତ

ତୁଷୁରା, (କେପିଏନ୍‌ଏସ୍‌) : ଆଗାମୀ ପୌର ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଗତକାଲି ତୁଷୁରା ଏନ୍‌ଏସି ପ୍ରଥମ ଭୋଟର ତାଲିକା ପ୍ରକାଶ ପାଇଛି । ତୁଷୁରା ତହସିଲଦାର ତଥା ତୁଷୁରା ନିର୍ବାଚନ ଅଧିକାରୀ ରବିନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସର୍ବ ସମ୍ମତି କ୍ରମେ ଆଗାମୀ ନିର୍ବାଚନରେ ୧୧ ଗୋଟି ୱାର୍ଡରେ ପୌର ନିର୍ବାଚନକୁ ନେଇ ପ୍ରାଥମିକ ଭୋଟର ତାଲିକା ପ୍ରକାଶିତ ହୋଇଛି । ଯଦି କୌଣସି ଭୋଟରଙ୍କ ନାମ ତଥା ସ୍ଥାନ କିମ୍ବା ଅନ୍ୟ କିଛି ଭୁଲଥାଏ ତେବେ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ସେମାନେ ଆବଶ୍ୟକ ଫର୍ମରେ ତୁଷୁରା ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କିମ୍ବା ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି । ସଂଶୋଧନ ପତ୍ର ଆବେଦନ କରାଯିବା ପରେ ସଂମ୍ପୂର୍ଣ୍ଣ ଭୋଟର ତାଲିକା ପ୍ରକାଶିତ କରାଯିବ ବୋଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.