ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ତଥା ଶିଶୁ ସାହିତ୍ୟକ ବୃନ୍ଦାବନ କୁମ୍ଭାର ପିଲାଙ୍କ ନିମନ୍ତେ ଭ୍ରାମ୍ୟମାଣ ପାଠାଗାର ଦୀର୍ଘ ବର୍ଷ ହେଲା ଆୟୋଜନ କରିଆସୁଛନ୍ତି । ଶ୍ରୀ କୁମ୍ଭାର ବିଭିନ୍ନ ବିଷୟରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଏହି ପାଠାଗାର ମାଧ୍ୟମରେ ଅନୁଷ୍ଠିତ କରାଇଥାନ୍ତି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବ୍ଲକ ଚାଣ୍ଟିପଲା ଗ୍ରାମରେ ପିଲାଙ୍କ ନିକଟରେ ଆଜି ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ପହଞ୍ଚିଥିଲା । ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଗାଁର ତାଲିମପ୍ରାପ୍ତ ଯୁବକ ଯୁବତୀମାନେ ପିଲାମାନଙ୍କୁ ଶିକ୍ଷାଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ମଞ୍ଜୁ ମହାନନ୍ଦ, ରଂଜନ ହରପାଲ, ପାୟଲ ଛତରଙ୍କ ଭୂମିକା ସ୍ୱତନ୍ତ୍ର ଥିଲା । କାର୍ଯ୍ୟକ୍ରମକୁ ପାଠାଗାରର ଆବାହକ ବୃନ୍ଦାବନ କୁମ୍ଭାର ପରିଚାଳନା କରିଥିଲେ ।
Next Post