ଶ୍ରୀ ଅରବିନ୍ଦ ନବଚେତନା ପାଠଚକ୍ରର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଇକବାହାଲ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଶ୍ରୀ ଅରବିନ୍ଦ ନବଚେତନା ପାଠଚକ୍ର, ନାରାୟଣପୁରର ୧୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇ ପ୍ରଥମେ ଶ୍ରୀ ମା ଓ ଶ୍ରୀ ଅରବିନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଧୂପଦୀପ ପ୍ରଜ୍ୱଳନ କରିଥିଲେ । ଡ଼. ସାହୁ ତାଙ୍କ ବକ୍ତବ୍ୟରେ ଧ୍ୟାନ, ଯୋଗ, ସାଧନ ମାଧ୍ୟମରେ ଓ ଶ୍ରୀ ଅରବିନ୍ଦଙ୍କ ଦର୍ଶନକୁ ପାଥେୟ କରି ଚାଲିଲେ ପରିବର୍ତ୍ତନ ନିଶ୍ଚିତ ବୋଲି କହି “ଏଇ ଜୀବନକୁ, ଏଇ ଦେହକୁ, ଏଇ ପୃଥିବୀକୁ ପାଥେୟ କରି ଆମେ ସ୍ୱର୍ଗ ରାଜ୍ୟ ପ୍ରତିଷ୍ଠା କରି ପାରିବା” ବୋଲି କହିଥିଲେ ଓ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା କାଲିଫର୍ଣ୍ଣିଆ ଦେଶ ଦିନେ ଧ୍ୟାନ ଓ ଯୋଗ ସାଧନ ମାଧ୍ୟମରେ ପୂର୍ବବସ୍ଥା ଫେରି ପାଇଥିଲା ବୋଲି ଜିଲ୍ଲାପାଳ କହିଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରଫେସର ଅରୁଣ ତ୍ରିପାଠୀ, ବ୍ରଜ ମୋହନ ବେହେରା, ମନୋଜ ଭାଇ, ଧର୍ମଗଡରୁ ଆସିଥିବା ମାଳବିକା ଅପା, ମଦନ ମୋହନ ଦାନୀ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଅରବିନ୍ଦ ପାଠଚକ୍ର ଓ ସାଧନା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ସ୍କୁଲର ପ୍ରିନ୍ସିପାଲ୍ ଇତିମୟୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥଲା ବେଳେ ସୋନପୁରର କାର୍ଯ୍ୟକର୍ତ୍ତା ଇନ୍ଦ୍ରମଣି ଦାଶ, ହରି ନାରାୟଣ ତ୍ରିପାଠୀ, ଲକ୍ଷ୍ମୀ ନାରାୟଣ ମହାନ୍ତି, ଲକ୍ଷ୍ମଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲର କୁନି କୁନି ଛୁଆମାନେ, ଶିକ୍ଷକ, ସ୍ଥାନୀୟ ଜନସାଧାରଣ ତଥା ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.