ls

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଜିଲ୍ଲା ଶାଖା ତରଫରୁ ଉନବିଂଶତମ ଆଭାସୀ ପାଠଚକ୍ର ଅନୁଷ୍ଠିତ

sb

ବରଗଡ଼, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଜିଲ୍ଲା ଶାଖା ତରଫରୁ ଉନବିଂଶତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଡ. ସୁବାସ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ତଥା ଗବେଷକ ଡ. ଜଗଦୀଶ ମିଶ୍ର ଆଲୋଚକ ଭାବେ ଯୋଗ ଦେଇ ଭାରତର ଅହିଂସା ଲଢେଇରେ ବରଗଡ଼ ଜିଲ୍ଲାର ଭୂମିକା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶିକ୍ଷକ କେଦାରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଭାସୀ ଆଲୋଚନାଚକ୍ର ପ୍ରାରମ୍ଭରେ ଅମିତ ଆର୍ଯ୍ୟ ମନ୍ତ୍ରପାଠ, ଶିକ୍ଷୟିତ୍ରୀ ରଶ୍ମିରାଣୀ ନନ୍ଦ ପ୍ରାରମ୍ଭିକ ଭଜନ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପାଣିମୋରାର ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଆଭାସୀ ଆଲୋଚନାଚକ୍ରରେ ରାଜ୍ୟ ଉପସଭାପତି ପ୍ରଫେସର ପ୍ରଳୟ କୁମାର ନନ୍ଦ, ପ୍ରାଧ୍ୟାପକ ଟେକଚାନ୍ଦ ଦୁଆନ, ଆଶୁତୋଷ ପ୍ରସାଦ ରଥ, ବିବେକାନନ୍ଦ ଠାକୁର, ଉଷାରାଣୀ ମିଶ୍ର, ମୀନାକ୍ଷୀ ମିଶ୍ର, ବିନୟ କୁମାର, ଅଭୟ ସୁତାର, ହରେକୃଷ୍ଣ ଗିରି, ନାରାୟଣ ଦାସ, କୁଞ୍ଜଲତା ଦାଶ, ପ୍ରଶାନ୍ତ କୁମାର ଯୋଶୀ, ଉମାକାନ୍ତ ପଧାନ, ଅମିତ ତ୍ରିପାଠୀ, ଶଙ୍କର୍ଷଣ ଶତପଥୀ, ଜଗନ୍ନାଥ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

pc pk
Leave A Reply

Your email address will not be published.